Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ
ଆଜିର ଖବର

ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

August 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ପୋଲିସ
ବାଣପୁର ଥାନା

ବାଣପୁର: ସମ୍ପ୍ରତି ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସକ୍ରିୟ ହୋଇପଡିଛନ୍ତି ଅସାମାଜିକ ବ୍ୟକ୍ତି। ଲୁଟେରା, ଜୁଆଡ଼ି, ନିଶାଡି, ମଦ୍ୟପଙ୍କ ଦୌରାତ୍ମ୍ୟ ବଢୁଥିବା ବେଳେ ପୋଲିସ ମଧ୍ୟ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଗଣେଶ ପୂଜାର ସୁଯୋଗ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକାଧିକ ମୋବାଇଲ ଏବଂ ସାଇକେଲ ଚୋରି ହୋଇଥିବା ବେଳେ ଆଜି ପୋଲିସ ଉକ୍ତ ଚୋରି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ପୋଲିସ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ତୋରସିଂହ ଏବଂ ଆଙ୍କୁଲାପଦର ଗ୍ରାମର ବିଭିନ୍ନ ଗଣେଶ ପୂଜା ମଣ୍ଡପରୁ ଛଅ ଗୋଟି ମୋବଇଲ ଫୋନ ଚୋରି ହୋଇଥିଲା। ଅନୁରୂପ ଭାବେ ମା’ ଭଗବତୀ ମନ୍ଦିର ନିକଟରୁ ଦୁଇ ଗୋଟି ସାଇକେଲ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ବାଣପୁର ପୋଲିସ ଉଭୟ ଚୋରି ଘଟଣାରେ ତିନି ଗୋଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତେବେ ଆଜି ଉକ୍ତ ସମସ୍ତ ଚୋରି ଘଟଣାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ସମସ୍ତ ଚୋରି ସାମଗ୍ରୀ ଜବତ କରିଛି ପୋଲିସ। ସମସ୍ତ ଅଭିଯୁକ୍ତ ନିଶାଡି ଏବଂ ନିଶା ସେବନ ଉଦ୍ଦେଶ୍ୟରେ ଉକ୍ତ ଚୋରି କରିଥିବା ପୋଲିସ କହିଛି।

ଚୋରି ଘଟଣା ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026
Latest News

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.