Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ କର୍ମଚାରୀଙ୍କୁ ମିଳିବ ଅଧିକ ବୀମା ଲାଭ: ଏସବିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷରିତ
ଆଜିର ଖବର

ରେଳ କର୍ମଚାରୀଙ୍କୁ ମିଳିବ ଅଧିକ ବୀମା ଲାଭ: ଏସବିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

September 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଳ କର୍ମଚାରୀଙ୍କୁ ମିଳିବ ଅଧିକ ବୀମା ଲାଭ
ରେଳ କର୍ମଚାରୀଙ୍କୁ ମିଳିବ ଅଧିକ ବୀମା ଲାଭ: ଏସବିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତର ଦୁଇଟି ପ୍ରତିଷ୍ଠାନ, ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ ଭାରତୀୟ ରେଳବାଇ ଏବଂ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମଧ୍ୟରେ ଆଜି ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସମାରୋହରେ ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଅଶ୍ୱିନୀ ବୈଷ୍ଣବ, ରେଳ ବୋର୍ଡର ଅଧ୍ୟକ୍ଷ ସତୀଶ କୁମାର ଏବଂ ଏସବିଆଇର ଅଧ୍ୟକ୍ଷ ସି.ଏସ ସେଟ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୁଝାମଣାପତ୍ର ଅଧୀନରେ ଏସବିଆଇରେ ବେତନ ଖାତା ଥିବା ରେଳ କର୍ମଚାରୀଙ୍କ ପାଇଁ ବୀମା ସୁରକ୍ଷାରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ଦୁର୍ଘଟଣାଜନିତ ଆକସ୍ମିକ ମୃତ୍ୟୁ ସ୍ଥିତିରେ ବୀମା ରାଶିକୁ ବଢ଼ାଇ ୧ କୋଟି ଟଙ୍କା କରି ଦିଆଯାଇଛି। ଅନ୍ୟପକ୍ଷରେ ସିଜିଇଜିଆଇଏସ ଅଧୀନରେ ଆସୁଥିବା ଗ୍ରୁପ୍‌ ଏ, ବି ଏବଂ ସି କର୍ମଚାରୀଙ୍କ ପାଇଁ ବର୍ତ୍ତମାନର ସୁରକ୍ଷା ଯଥାକ୍ରମେ ୧.୨୦ ଲକ୍ଷ ଟଙ୍କା, ୬୦ ହଜାର ଟଙ୍କା ଏବଂ ୩୦ ହଜାର ଟଙ୍କା ରହିଛି।

ଏହାବ୍ୟତୀତ କେବଳ ଏସବିଆଇରେ ବେତନ ଖାତା ଥିବା ସବୁ ରେଳ କର୍ମଚାରୀଙ୍କୁ ଏବେ ବିନା କୌଣସି ପ୍ରିମିୟମରେ କିମ୍ବା ଡାକ୍ତରୀ ପରୀକ୍ଷା ନକରାଇ ମଧ୍ୟ ୧୦ ଲକ୍ଷ ଟଙ୍କାର ପ୍ରାକୃତିକ ମୃତ୍ୟୁ ଜନିତ ବୀମା ସୁରକ୍ଷା ମିଳିପାରିବ।

ପ୍ରାୟ ୭ ଲକ୍ଷ ରେଳ କର୍ମଚାରୀଙ୍କର ଏସବିଆଇରେ ବେତନ ଖାତା ରହିଥିବା କାରଣରୁ ଏହି ବୁଝାମଣାପତ୍ର କର୍ମଚାରୀ କଲ୍ୟାଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଏହା ଭାରତୀୟ ରେଳ ଏବଂ ଏସବିଆଇ ମଧ୍ୟରେ ଏକ ସମ୍ବେଦନଶୀଳ ଏବଂ ମାନବୀୟ ସହଭାଗୀତାକୁ ପ୍ରତିଫଳିତ କରେ।

ଏହି ବୁଝାମଣାପତ୍ର ଅଧୀନରେ କେତେକ ପ୍ରମୁଖ ଅନୁକୂଳ ବୀମା ସୁରକ୍ଷା ମଧ୍ୟ ରହିଛି । ରେଳ କର୍ମଚାରୀଙ୍କୁ ୧.୬ କୋଟି ଟଙ୍କାର ବିମାନ ଦୁର୍ଘଟଣା (ମୃତ୍ୟୁ) ବୀମା ସୁରକ୍ଷା ଏବଂ ରୂପେ ଡେବିଟ୍ କାର୍ଡ ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ମିଳିବ । ସେହିପରି ୧.୦୦ କୋଟି ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା (ସ୍ଥାୟୀ ସମ୍ପୂର୍ଣ୍ଣ ଅକ୍ଷମତା) ବୀମା ସୁରକ୍ଷା ଏବଂ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଦୁର୍ଘଟଣା (ସ୍ଥାୟୀ ଆଂଶିକ ଅକ୍ଷମତା)ର ବୀମା ସୁରକ୍ଷା ମିଳିବ।

ଦୁଇଟି ଅଗ୍ରଣୀ ସଂସ୍ଥା ମଧ୍ୟରେ ଏହି କର୍ମଚାରୀ କେନ୍ଦ୍ରିତ ବୁଝାମଣା ଦ୍ୱାରା ବିଶେଷ କରି ଗ୍ରୁପ୍ ସି’ ଏବଂ ଅନ୍ୟ ଛାମୁଆଁ ରେଳ କର୍ମଚାରୀମାନେ ବିଶେଷ ଲାଭ ପାଇପାରିବେ।

Click Here to Read in English– A landmark Memorandum of Understanding (MoU) was signed today between two of India’s leading institutions – Indian Railways (IR), one the largest rail networks in the world, and the State Bank of India (SBI), the country’s largest public sector bank. The ceremony was honoured by the August presence of the Hon’ble Minister for Railways, Information & Broadcasting, Electronics & Information Technology, Shri Ashwini Vaishnaw; the Chairman, Railway Board, Shri Satish Kumar; and the Chairman, SBI, Shri C.S. Setty.

ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇ ଭାରତୀୟ ଷ୍ଟେଟବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

January 11, 2026
Latest News

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

January 11, 2026

ବାଣପୁର: ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ “ମାଗଣା ହାଟ” ନାମକ ସମାଜ କଲ୍ୟାଣ କାର୍ଯ୍ୟକ୍ରମ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.