ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୁରୁଣାଗଡ ଛକ ନିକଟରୁ ଅବକାରୀ ବିଭାଗ ୭ କେଜି ଗଂଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲାର ସୋମନାଥ ପ୍ରଧାନ ଓ ଶ୍ରୀକାନ୍ତ ଦାସ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ – ବୌଦ୍ଧ ରାସ୍ତାର ପୁରୁଣାଗଡ ଛକ ନିକଟରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁ ଥିବା ବେଳେ ବୌଦ୍ଧରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ଏକ ସ୍କୋର୍ପିଓ ଗାଡ଼ିକୁ (ଓଡ଼ିଆ ୩୩ ଯେ ୧୫୪୭) ସନ୍ଦେହରେ ଯାଞ୍ଚ କରିଥିଲେ। ସ୍କୋର୍ପିଓ ରୁ ୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇଜଣକୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଢ଼ାଖୋଲ ଅବକାରୀ ଇନ୍ସପେକ୍ଟର ଦୃବାଦଳ ବିଶ୍ୱାଳ ଆମ ପ୍ରତିନିଧି ଙ୍କ ଠାରେ ପ୍ରକାଶ କରିଛନ୍ତି।