ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଟିନଡା ଥାନା ପୋଲିସ୍ ସଦଳବଳେ ପଇଁତରା ମାରୁଥିବା ବେଳେ କେନ୍ଦୁପଦର ଗ୍ରାମ ଉପକଣ୍ଠରେ ଦୁଇ ଯୁବକଙ୍କୁ ସନ୍ଦେହଜନକ ଭାବେ ଅଟକାଇଥିଲା। ଉଭୟଙ୍କୁ ଜେରା କରିଥିଲେ ଓ ଯାଞ୍ଚ ବେଳେ ସେମାନଙ୍କ ଠାରୁ ପୋଲିସ ଏକ ପିସ୍ତଲ୍ ଜବତ କରିଥିଲା। ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଯୁବକମାନେ ହିଞ୍ଜିଳି ଗ୍ରାମର ସାଗର ଗୌଡ ଓ ପାଣ୍ଡବ ଦାସ ବୋଲି ଜଣାପଡିଛି।