ଭୁବନେଶ୍ଵର: ନେପାଳର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରାଯାଇ ଭାରତ ଅଣାଯାଇଛି। ଏହି ଯାତ୍ରୀମାନେ ନେପାଳ ଭ୍ରମଣରେ ଯାଇଥିଲେ। ଘଟଣାଟି ଦୃଷ୍ଟିକୁ ଆସିବା ପରେ ୫ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ବୈଦେଶିକ ମନ୍ତ୍ରଣାଳୟ ସହାୟତାରେ ଏହି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି।