ଭୁବନେଶ୍ଵର: ଜନସଂଖ୍ୟା ବୃଦ୍ଧି ସହ କଳକାରଖାନା ବୃଦ୍ଧି ଏବଂ ପ୍ରଦୂଷଣ ବଢି ଚାଲିଛି। ରାଜ୍ୟ ସରକାର ପ୍ରଦୂଷଣ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ଏ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ରାଜ୍ୟରେ ଇ-ବସ୍ ଚଳାଇବା, ଇ-ଯାନ କିଣିବା ପାଇଁ ପ୍ରୋତ୍ସାହନ ଦେବା ଏବଂ ସୌର ପ୍ୟାନେଲ ଲଗାଇବା ପାଇଁ ସବସିଡି ରାଶି ପ୍ରଦାନ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍ ସୁରେଶ ପନ୍ଥ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବୋର୍ଡର ୩ଟି ଆପ୍ ଉନ୍ମୋଚିତ ହୋଇଥିଲା।