ଭୁବନେଶ୍ଵର: ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ ସେପ୍ଟେମ୍ବରରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଥିବା ହିନ୍ଦୀ ଚଳଚ୍ଚିତ୍ର ଅଜେୟ (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ) ର ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଏମ୍ପାୟାର୍ସ ହୋଟେଲରେ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଲିଉଡ଼ ର ଆଗଧାଡିର ଅଭିନେତା ବବି ମିଶ୍ର, ପଦୋଦକ ସାମଲ ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ।
ଯୋଗୀଙ୍କ ଜୀବନ କାହାଣୀକୁ ନେଇ ଶାନ୍ତନୁ ଗୁପ୍ତା ରଚନା କରିଥିବା “ଦ ମୋଙ୍କ ହୁ ବିକେମ୍ ଚିଫ୍ ମିନିଷ୍ଟର” ପୁସ୍ତକରୁ ଆଧାରିତ “ଅଜେୟ” (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ) ନାମରେ ନିର୍ମାଣ ହୋଇଛି ସିନେମା।
ଜଣେ ସାଧାରଣ ପିଲାର ଶୈଶବ କିପରି କଟିଥିଲା? ପରବର୍ତ୍ତୀ ମୁହୂର୍ତ୍ତରେ ତା’ର ସଂଘର୍ଷମୟ ଜୀବନ କିପରି ଥିଲା ଏବଂ ଶେଷରେ ସେ କିପରି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରିଲେ, ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର ଅଜେୟ (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ)। ଯୋଗୀ ଆମ ଭାରତ ବର୍ଷରେ ଜନ୍ମ ନେଇଥିବା ଜଣେ ସାଧୁ। ଜଣେ ସାଧୁ ଙ୍କ ଜୀବନ କାହାଣୀରେ ଅନେକ ଶିକ୍ଷା ମିଳିଥାଏ। ଯାହାକୁ ଆଜିର ପିଢ଼ି ଦେଖିବା ଆବଶ୍ୟକ ଏବଂ କାହାଣୀ ନିଶ୍ଚିତ ଭାବେ ଆଜିକା ଯୁବପିଢ଼ିକୁ ପ୍ରଭାବିତ କରିବ।
ତେବେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରୁଥିବା ସିନେମାକୁ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତା ବବି ମିଶ୍ର ପ୍ରଚାର ଓ ପ୍ରସାର କରିବାର ଧାରା ଆରମ୍ଭ କରିଛନ୍ତି। ଆମ ଇଣ୍ଡଷ୍ଟ୍ରି ସହିତ ପଡୋଶୀ ରାଜ୍ୟର ଚଳଚ୍ଚିତ୍ରର ସମନ୍ୱୟ ରହିବା ଦ୍ୱାରା ଭାଇଚାରା ସୃଷ୍ଟି ହୋଇପାରିବ ଏବଂ ସଂସ୍କୃତି ବିନିମୟ ହୋଇପାରିବ।