Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

ନୂଆଦିଲ୍ଲୀ: ଯେତେବେଳେ ଅଧିକାଂଶ ନେତା ଭାଷଣ ମଧ୍ୟରେ ସୀମିତ ରହିଯାଇଥାନ୍ତି, ନରେନ୍ଦ୍ର ମୋଦୀ ଏହା ଠାରୁ ଆହୁରି ଆଗକୁ ଯାଆନ୍ତି। ସେ ଯାତ୍ରାକୁ ଜନସମ୍ପର୍କର ମାଧ୍ୟମ ଏବଂ ମୁହୂର୍ତ୍ତଗୁଡ଼ିକୁ ଜନସମ୍ବେଦନାର ଅନୁଭବରେ ପରିଣତ କରନ୍ତି।

ସେ ଓଡ଼ିଶାରେ ସାନ୍ତାଳୀ ହସ୍ତତନ୍ତକୁ ପୁନର୍ଜୀବିତ କରୁଥିବା ଜଣେ ଆଦିବାସୀ ମହିଳାଙ୍କର ସଫଳତାକୁ ପାଳନ କରନ୍ତି। ପୁଲୱାମାର ପ୍ରଥମ ରାତ୍ରିକାଳୀନ କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ସାହିତ କରିବା ସହ ବିକଶିତ ଭାରତ ବିଷୟରେ ପ୍ରତ୍ୟେକ ନାଗରିକଙ୍କ ପ୍ରତିକ୍ରିୟାକୁ ଆମନ୍ତ୍ରିତ କରିଥାନ୍ତି। ସେ ମାନବତା ପାଇଁ ଯୋଗ ୨.୦ ସହିତ ବିଶ୍ୱକୁ ଅନୁପ୍ରାଣିତ କରନ୍ତି। ତାଙ୍କର ସଂଯୋଗ କେବଳ ମଞ୍ଚସ୍ଥ ନୁହେଁ – ଏହା ଜୀବନ୍ତ,ସ୍ପର୍ଶନୀୟ ଏବଂ ସମ୍ପୃକ୍ତ। ଏହା ହାତ ମିଶାଇବା, ଚିଠି ଲେଖିବା, ରେଡିଓରେ ପ୍ରସାରଣ କରାଯାଇଥିବା କାହାଣୀରେ ଏବଂ ଏକ ସମ୍ପ୍ରଦାୟର ଗୌରବରେ ରହିଛି, ଯାହାର ସ୍ୱର ଜାତୀୟ ହୋଇଯାଇଥାଏ।

ଜନ ସମ୍ବେଦନା ଲୋକମାନଙ୍କର ସଂଘର୍ଷ ଏବଂ ଆକାଂକ୍ଷା ପ୍ରତି ସହାନୁଭୂତିକୁ ପ୍ରତିଫଳିତ କରେ, ଏବଂ ଜନ ସମ୍ପର୍କ ଦେଶର ପ୍ରତ୍ୟେକ କୋଣଅନୁକୋଣରେ ନାଗରିକଙ୍କ ସହିତ ନିରନ୍ତର ସମ୍ପର୍କକୁ ସୁନିଶ୍ଚିତ କରିଥାଏ।

‘ଚାଏ ପେ ଚର୍ଚ୍ଚା’ ଏବଂ ନିର୍ବାଚନମଣ୍ଡଳୀ- ପ୍ରଥମ ରାଲିରୁ ସ୍ଥାନୀୟ ଗୌରବକୁ ସମ୍ମାନ କରୁଥିବା ବହୁଭାଷୀ ଭାଷଣ ପର୍ଯ୍ୟନ୍ତ, ସେ ଲୋକଙ୍କୁ ଭେଟନ୍ତି, ସେମାନଙ୍କ କଥା ଶୁଣନ୍ତି ଏବଂ ଉଭୟ କରୁଣା ଏବଂ ନୀତିକୁ ଆଧାର କରି ପ୍ରତିକ୍ରିୟା ଦିଅନ୍ତି।

ପ୍ରଯୁକ୍ତି ବିଦ୍ୟା ଏହି ବନ୍ଧନକୁ ସୁଦୃଢ଼ ​​କରେ : ନମୋ ଆପ୍ ଅଂଶଗ୍ରହଣକାରୀ ଗତିଶୀଳତାକୁ ସକ୍ଷମ କରୁଥିବା ବେଳେ ମନ କି ବାତ୍ କାର୍ଯ୍ୟକ୍ରମ ନାଗରିକଙ୍କ କାହାଣୀକୁ ଜାତୀୟ ଆନ୍ଦୋଳନରେ ପରିଣତ କରେ।

ଉଭୟ ସଙ୍କଟ ଏବଂ ଦୈନନ୍ଦିନ ଶାସନ ବ୍ୟବସ୍ଥାରେ, ସହାନୁଭୂତିର ଭାବନା – ଯେପରିକି ଏକ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେବା କିମ୍ବା ଜବାନଙ୍କ ସହିତ ଉତ୍ସବ ପାଳନ କରିବା – ଯୋଜନା ଏବଂ ସଂସ୍କାରଗୁଡିକ ମାଧ୍ୟମରେ ବଡ଼ ପରିମାଣର କ୍ରିୟାନ୍ଵୟନ ସହିତ ସେ ଲୋକମାନଙ୍କ ସହିତ ଠିଆ ହୋଇଥାନ୍ତି। ହିତାଧିକାରୀଙ୍କ ସ୍ୱର, ନାଗରିକମାନଙ୍କର ଅଭିଜ୍ଞତା ଏବଂ ମାପଯୋଗ୍ୟ ଫଳାଫଳ ମିଳିତ ଭାବରେ ବିଶ୍ୱାସର ପ୍ରମାଣ -ଚକ୍ର ଗଠନ କରେ।

ମୋଦୀଙ୍କର କିଛି ପ୍ରମୁଖ ଯାତ୍ରା

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ, ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଯାତ୍ରା, ଏହିଭଳି ଯାତ୍ରାଗୁଡିକ ଦ୍ୱାରା ପରିଚାଳିତ ହୋଇଥିଲା, ଯାହା ଲୋକମାନଙ୍କର ଇଚ୍ଛା ବିଷୟରେ ଏବଂ ସେମାନଙ୍କ ସହିତ ସିଧାସଳଖ ସମ୍ପର୍କ ବିଷୟରେ ତାଙ୍କର ବୁଝାମଣାକୁ ଦର୍ଶାଇଥାଏ।

ସୋମନାଥ – ଅଯୋଧ୍ୟା ରଥଯାତ୍ରା (୧୯୯୦) : ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ଆୟୋଜିତ ଏହି ଯାତ୍ରାରେ ମୋଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଯାତ୍ରା ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ସାଂସ୍କୃତିକ ମୂଲ୍ୟବୋଧ ଏବଂ ଜାତୀୟ ଗୌରବ ଫେରାଇ ଆଣିବାର ବାର୍ତ୍ତା ପ୍ରଦାନ କରିଥିଲା। ଏହା ବିଶ୍ୱାସ ଏବଂ ପରିଚୟ ଉପରେ କେନ୍ଦ୍ରିତ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନର ଆରମ୍ଭ କରିଥିଲା।

ଏକତା ଯାତ୍ରା (୧୯୯୧–୯୨) : ଏହି ଯାତ୍ରା ଶ୍ରୀନଗରର ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ ସହିତ ସମାପ୍ତ ହୋଇଥିଲା, ମୋଦୀ ଏହାର ନେତୃତ୍ୱ ନେଇଥିଲେ। ଏହା ଭାରତର ଏକତା ଏବଂ ସ୍ୱାଧୀନତାର ଏକ ସଶକ୍ତ ପ୍ରଦର୍ଶନ ଥିଲା।

ଗୁଜରାଟ ଗୌରବ ଯାତ୍ରା (୨୦୦୨) : ଗୁଜରାଟରେ, ଲୋକଙ୍କ ସହିତ ପୁନଃ ସଂଯୋଗ ସ୍ଥାପନ ଏବଂ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ମୋଦୀ ସାରା ରାଜ୍ୟରେ ଏହି ଯାତ୍ରାର ନେତୃତ୍ୱ ନେଇଥିଲେ। ଏହା ଲୋକଙ୍କୁ ଏକ କଷ୍ଟକର ସମୟ ପରେ ପ୍ରଗତି ବିଷୟରେ ସୁଦୃଢ଼, ଗୌରବପୂର୍ଣ ଏବଂ ଆଶାବାଦୀ ଅନୁଭବ କରାଇବାରେ ସାହାଯ୍ୟ କରିଥିଲା।

ସ୍ୱର୍ଣ୍ଣିମ ଗୁଜରାଟ ସଂକଳ୍ପ ଜ୍ୟୋତ ରଥଯାତ୍ରା (୨୦୧୦): ମୁଖ୍ୟମନ୍ତ୍ରୀ ଭାବରେ, ମୋଦୀ ଗୁଜରାଟ ଗଠନର ୫୦ ବର୍ଷ ପୂରଣକୁ ପାଳନ କରିଥିଲେ। ଏହା ଲୋକଙ୍କ ମଧ୍ୟରେ ଅଭିବୃଦ୍ଧି ଏବଂ ସହଯୋଗ ଉପରେ ଆଧାରିତ “ସୁବର୍ଣ୍ଣ ଗୁଜରାଟ”ର ପ୍ରତିଶ୍ରୁତିକୁ ଅଂଶୀଦାର କରିଥିଲା।

ସାଂସ୍କୃତିକ ସଂଯୋଗ – ସଭ୍ୟତାଗତ ବିଶ୍ୱାସ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂସ୍କୃତିକ ପ୍ରସାର, ଅଭିଯାନ ରଣନୀତିରୁ ଆଗକୁ ବିସ୍ତାର ଲାଭ କରି  ସମାବେଶିତାକୁ ସଭ୍ୟତାଗତ ବିଶ୍ୱାସ ଅର୍ଥାତ୍ ଐତିହ୍ୟ ପୁନରୁଦ୍ଧାର କରିବା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସଙ୍କେତ ସହିତ ଯୋଡିଥାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂସ୍କୃତିକ ପ୍ରସାର କେବଳ ଅଭିଯାନ ରଣନୀତିର ସୀମାରେ ସୀମିତ ନହୋଇ, ଏହା ସମାବେଶିତାକୁ ସଭ୍ୟତାଗତ ବିଶ୍ୱାସରେ ପରିଣତ କରିଛି । ଏହା ଏକପଟେ ଐତିହ୍ୟର ପୁନରୁଦ୍ଧାରକୁ ସୁଦୃଢ଼ କରୁଥିବାବେଳେ, ଅନ୍ୟପଟେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସଙ୍କେତ ସୃଷ୍ଟି କରିଛି ।

ମନ କି ବାତ ଏବଂ ପିପୁଲ୍ସ ପଦ୍ମ ପ୍ରତିଦିନର ସଫଳତା ହାସଲକାରୀ ଏବଂ ଅଖ୍ୟାତ ପ୍ରତୀକମାନଙ୍କୁ ଏକ ସହଭାଗୀ ଜାତୀୟ ସଜ୍ଜନ ମଣ୍ଡଳୀରେ ସାମିଲ୍  କରିଥାଏ।

ସମାବେଶିତାର ଏହି ସୂତ୍ର ତାଙ୍କ ଆନ୍ତଃ- ଧାର୍ମିକ ସାଂସ୍କୃତିକ ବ୍ୟାକରଣରେ ମଧ୍ୟ ସ୍ପଷ୍ଟ ଦେଖା ଯାଇଥାଏ। ଭାରତ ବୌଦ୍ଧ, ମୁସଲିମ ଏବଂ ଖ୍ରୀଷ୍ଟିଆନ ନେତାମାନଙ୍କ ସହିତ ଆଲୋଚନା ଆହ୍ଵାନ କରେ ଏବଂ ସେଥିରେ ଅଂଶଗ୍ରହଣ କରେ; କୋରିଆର ଭିକ୍ଷୁମାନଙ୍କର ତୀର୍ଥଯାତ୍ରା ଏବଂ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆୟୋଜନ କରେ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରେ। ପ୍ରଧାନମନ୍ତ୍ରୀଙ୍କ ମସଜିଦ (ଇ​‌ନ୍ଦୋରର ସୈଫିରୁ କାଇରୋର ଆଲ-ହକିମ ଏବଂ ଆବୁଧାବିର ଶେଖ ଜାଏଦ ପର୍ଯ୍ୟନ୍ତ), ଚର୍ଚ୍ଚ (ସାକ୍ରେଡ୍ ହାର୍ଟ, ଦିଲ୍ଲୀ; କଲମ୍ବୋ), ବୌଦ୍ଧ ତୀର୍ଥସ୍ଥଳ (ବୋଧଗୟା, ଲୁମ୍ବିନୀ, ସାରନାଥ, କୁଶିନଗର) ଏବଂ ବିଦେଶରେ ଥିବା ମନ୍ଦିର (ବିଏପିଏସ୍, ୟୁଏଇ) ପରିଦର୍ଶନ ସମସ୍ତ ଧର୍ମ ପ୍ରତି ଏକ ସମ୍ମାନକୁ ପ୍ରତିପାଦିତ କରେ।

ବିଦେଶରେ ଏହି ଆନ୍ତଃ – ଧାର୍ମିକ ଏବଂ ସାଂସ୍କୃତିକ ପ୍ରୟାସ ଉପରେ ଆଧାର କରି, ଭାରତର “ବୁଦ୍ଧ – ଯୁଦ୍ଧ ନୁହେଁ” ବାର୍ତ୍ତା, ଯୋଗ କୂଟନୀତି, ଏବଂ କଳାକୃତିଗୁଡିକ ପ୍ରତ୍ୟାବର୍ତ୍ତନ  ହେବା, ବହୁଳବାଦରେ ନିହିତ ଏକ ନରମ ଶକ୍ତି ପ୍ରଦର୍ଶିତ କରେ।

ସଙ୍କଟ ସମୟରେ ଜନ ସମ୍ବେଦନା

ସମ୍ପର୍କର ଏହି ଦର୍ଶନ ଅନିଶ୍ଚିତତାର ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କ ନିକଟତର ହୁଅନ୍ତି, ଆଶ୍ୱାସନା ଦିଅନ୍ତି ଏବଂ ସେମାନଙ୍କ ସଂଘର୍ଷ ସମ୍ପର୍କରେ ସେମାନଙ୍କ ଠାରୁ ଶୁଣନ୍ତି। କୋଭିଡ -୧୯ ମହାମାରୀ ସମୟରେ, ଏହା ସ୍ପଷ୍ଟ ହୋଇଥିଲା , ଯେତେବେଳେ ସେ ଆଗକୁ ଆସି ନେତୃତ୍ୱ ନେଇଥିଲେ ଏବଂ ତାଙ୍କର ଅଭିନବ ଯୋଗାଯୋଗ ମାଧ୍ୟମରେ କୋଭିଡ ବିରୁଦ୍ଧରେ ଯୁଦ୍ଧକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ। ତାଙ୍କର ଟେଲିଭିଜନ ସମ୍ବୋଧନ, ମନ କି ବାତ ବାର୍ତ୍ତାଳାପ ଏବଂ ନମୋ ଆପ୍ ପ୍ରସାରଣ ଜଟିଳ ନୀତିଗୁଡ଼ିକୁ ଭାବପ୍ରବଣ ଆବେଦନରେ ପରିଣତ କରିଥିଲା, ଯାହା ନାଗରିକମାନେ ଶୁଣିଥିଲେ, ଦାୟିତ୍ଵବାନ ଏବଂ ଏକତାପୂର୍ଣ ଭାବକୁ ଅନୁଭବ କରିଥିଲେ।

ଆନ୍ତର୍ଜାତୀୟ ସ୍ତରରେ, ଟୀକା କୂଟନୀତି ସମନ୍ୱୟ ହେଉ କିମ୍ବା ଅପରେସନ ଗଙ୍ଗା କିମ୍ବା ଅପରେସନ ଦୋସ୍ତ ଭଳି ଉଦ୍ଧାର ମିଶନ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବା ହେଉ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସ୍ପର୍ଶ – ଛାତ୍ର, ପରିବାର ଏବଂ ଉଦ୍ଧାରକାରୀ କର୍ମଚାରୀଙ୍କ ସହିତ ସିଧାସଳଖ କଥା ହେବା – ସରକାରୀ କାର୍ଯ୍ୟ ଉପରେ ବିଶ୍ୱାସକୁ ସୁଦୃଢ଼ ​​କରିଥିଲା।

ସୁରକ୍ଷା ସଙ୍କଟ ସମୟରେ ମଧ୍ୟ, ଉରି ରୁ ବାଲାକୋଟ ରୁ ଗଲୱାନ ରୁ ପହଲଗାଓଁ ପର୍ଯ୍ୟନ୍ତ, ତାଙ୍କର ଶବ୍ଦ – ’ଘର ମେଁ ଘୁସ୍ କେ ମାରେଙ୍ଗେ’ – ଆଶ୍ୱାସନା ସହିତ ସଂକଳ୍ପକୁ ଏକାଠି କରିଥିଲା, ଯାହା ଦ୍ଵାରା ଜାତୀୟ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥିଲା।

ସୀମାରେ ସୈନିକଙ୍କ ସହିତ ଦୀପାବଳି ପାଳନ କରିବା ଠାରୁ ପ୍ରଭାବିତ ପରିବାରକୁ ସାନ୍ତ୍ୱନା ଦେବା ପର୍ଯ୍ୟନ୍ତ – ସ୍ପଷ୍ଟ ବାର୍ତ୍ତା, ମାନବୀୟ ହାବଭାବ ଏବଂ ପ୍ରତୀକାତ୍ମକ କାର୍ଯ୍ୟର ଏହି ମିଶ୍ରଣ ନିଶ୍ଚିତ କରିଛି ଯେ ସଙ୍କଟ କେବଳ ଆହ୍ଵାନ ନୁହେଁ ବରଂ ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ଘନିଷ୍ଠ କରିବାର ସୁଯୋଗ ସାଜିଛି। ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନାର ମଡେଲ ଯୋଗାଯୋଗକୁ ବିଶ୍ୱାସର ସେତୁରେ ପରିଣତ କରିଛି, ଚିନ୍ତାକୁ ସାମୂହିକ ସ୍ଥିରତାରେ ପରିଣତ କରିଛି।

ସଙ୍କଟ ସମୟରେ ଏହି ମାନବୀୟ ସ୍ପର୍ଶର ଉଦାହରଣ ପ୍ରଚୁର। ଯେତେବେଳେ ଚନ୍ଦ୍ରାୟଣ-୨କୁ  ଏକ ବିପର୍ଯ୍ୟୟର ସାମନା କରିବାକୁ ପଡିଲା, ସେତେବେଳେ ଇସ୍ରୋ ମୁଖ୍ୟ କେ. ସିବନଙ୍କୁ ସେ ଆଲିଙ୍ଗନ କରିବା ଏକତାର ପ୍ରତୀକକୁ ଦର୍ଶାଇଥିଲା। ସଫେଇ କର୍ମଚାରୀଙ୍କ ପାଦ ଧୋଇବା ଭଳି ପ୍ରୟାସ ଉତ୍ସବ ଅପେକ୍ଷା ବହୁତ ଅଧିକ ; ଏସବୁ  ସମ୍ମାନ, ସମାବେଶିତା ଏବଂ କୃତଜ୍ଞତା ପ୍ରଦର୍ଶନ କରିଥାଏ। ପ୍ରତ୍ୟେକ କାର୍ଯ୍ୟ ଏହା ନିଶ୍ଚିତ କରେ ଯେ ପ୍ରତ୍ୟେକ ଅବଦାନ ଗୁରୁତ୍ୱପୂର୍ଣ୍ଣ।

ମାନବୀୟ ସ୍ପର୍ଶ

ଏହି ଦର୍ଶନ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟାପ୍ତ ହୋଇଥାଏ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଦୈନନ୍ଦିନର କାର୍ଯ୍ୟକଳାପରେ ଦୃଶ୍ୟମାନ ହୁଏ।

ପରୀକ୍ଷା ପେ ଚର୍ଚ୍ଚା ସମୟରେ ପିଲାମାନଙ୍କ ପ୍ରତି ତାଙ୍କର ପ୍ରୋତ୍ସାହିତ କରିବା ଭଳି ଶବ୍ଦ , ଯୁବପିଢ଼ିଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ତାଙ୍କର ଅନନ୍ୟ କ୍ଷମତାର ଏକ ପ୍ରମୁଖ ଉଦାହରଣ।

ଛତିଶଗଡ଼ର ଆଦିବାସୀ ସମ୍ପ୍ରଦାୟ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଏବଂ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ତୃତୀୟ ଲିଙ୍ଗ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିମନ୍ତ୍ରଣ କରିବା ଭଳି ତାଙ୍କର ପ୍ରୟାସ ଐତିହାସିକ ଭାବରେ ଉପେକ୍ଷିତ ଗୋଷ୍ଠୀମାନଙ୍କ ସହିତ ତାଙ୍କର ସଂଯୋଗକୁ ପ୍ରଦର୍ଶନ କରେ। ଶୁଣିବା ଏବଂ ବାଣ୍ଟିବାର ଏହି କାର୍ଯ୍ୟ ବିଶ୍ୱାସ ଏବଂ ନିଜର ଭାବନାକୁ ବୃଦ୍ଧି କରେ।

ମାନବୀୟ ଚେହେରାକୁ ନେଇ କୂଟନୀତି

ପ୍ରଧାନମନ୍ତ୍ରୀ ମୋଦୀ ଜନ ସମ୍ପର୍କ ଏବଂ ଜନ ସମ୍ବେଦନାକୁ କୂଟନୀତିରେ ସାମିଲ କରନ୍ତି। ବିଶ୍ୱ ନେତାମାନଙ୍କ ସହିତ ତାଙ୍କର ବିଶେଷ ଆଲିଙ୍ଗନ, ନମସ୍ତେକୁ ବିଶ୍ୱସ୍ତରୀୟ ଅଭିବାଦନ ଭାବରେ ଗ୍ରହଣ କରିବା, କିମ୍ବା ଗସ୍ତ ସମୟରେ ଆଞ୍ଚଳିକ ପୋଷାକ ପିନ୍ଧିବା ସବୁକିଛି ମାନବ ସେତୁ ସୃଷ୍ଟି କରେ ଯାହା ପଦାନୁକ୍ରମକୁ ମଜଭୁତ କରେ ଏବଂ ବନ୍ଧୁତାକୁ ବୃଦ୍ଧି କରେ।

ସାବରମତୀରେ ଚରଖା ବୁଲାଇ, ବିଦେଶୀ ନେତାମାନଙ୍କ ସହିତ ଗଙ୍ଗା ଆରତୀରେ ଯୋଗ ଦେଇ, କିମ୍ବା ଜାତିସଂଘରେ ଯୋଗର ନେତୃତ୍ୱ ନେଇ, ସେ ବ୍ୟକ୍ତିଗତ ଉପସ୍ଥିତି ସହିତ ସାଂସ୍କୃତିକ ଗୌରବକୁ ମିଶ୍ରଣ କରନ୍ତି, ଯାହା ଭାରତର ପରମ୍ପରାକୁ ବିଶ୍ୱବ୍ୟାପୀ ସୁଗମ ଏବଂ ପ୍ରାସଙ୍ଗିକ କରିଥାଏ।

କାର୍ଯ୍ୟରେ ନେତୃତ୍ୱ

ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ-ସାନ୍ତ୍ୱନା ଦେବା, ଉତ୍ସବ ପାଳନ କରିବା କିମ୍ବା କେବଳ ସ୍ୱୀକାର କରିବା ହେଉ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମାଣ କରିଛନ୍ତି ଯେ ନେତୃତ୍ୱ କେବଳ ନୀତିରେ ସୀମାବଦ୍ଧ ନୁହେଁ, ଏହା କାର୍ଯ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥାଏ।

ତାଙ୍କର ଜନସମ୍ପର୍କ ଏବଂ ଜନସମ୍ବେଦନାର ମଡେଲ ସ୍ପଷ୍ଟ କରେ ଯେ, କାର୍ଯ୍ୟଗୁଡ଼ିକ ଯାହା ପ୍ରାୟତଃ ଶବ୍ଦହୀନ, ଭାଷଣଠାରୁ ଅଧିକ ଶକ୍ତିଶାଳୀ ଭାବରେ ସହାନୁଭୂତି, ସମ୍ମାନ ଏବଂ ସଂଯୋଗକୁ ଗଢ଼ିପାରେ। ଏହି ସଂଯୋଗ ସାଧାରଣ ଦୈନନ୍ଦିନ ମୁହୂର୍ତ୍ତରୁ ଆରମ୍ଭ କରି ଐତିହାସିକ ଘଟଣା ପର୍ଯ୍ୟନ୍ତ, ଲୋକମାନଙ୍କୁ ନିଜର ନେତାଙ୍କ ସହିତ ଦୃଢ଼ଭାବରେ ବାନ୍ଧି ରଖିଥାଏ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025
Latest News

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.