Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉନ୍ନାଓ ମାମଲାରେ ଉତ୍ତର ପ୍ରଦେଶରୁ ସବୁ କେସ ଦିଲ୍ଲୀକୁ ସ୍ଥାନାନ୍ତରିତ- ଯୋଗୀ ସରକାର ନ୍ୟାୟ ପ୍ରତି କେତେ ବିଶ୍ଵସ୍ତ, ଏହା ତାର ପ୍ରମାଣ!
ବିଶେଷ ଖବର

ଉନ୍ନାଓ ମାମଲାରେ ଉତ୍ତର ପ୍ରଦେଶରୁ ସବୁ କେସ ଦିଲ୍ଲୀକୁ ସ୍ଥାନାନ୍ତରିତ- ଯୋଗୀ ସରକାର ନ୍ୟାୟ ପ୍ରତି କେତେ ବିଶ୍ଵସ୍ତ, ଏହା ତାର ପ୍ରମାଣ!

August 1, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପରିଶେଷରେ ଉନ୍ନାଓ ଘଟଣାରେ ମାନ୍ୟବର ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଛନ୍ତି। ଗତ ଦୁଇ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଉନ୍ନାଓ ର ପୀଡ଼ିତା ଯୁବତୀଙ୍କ ଚିଠି ଉପରେ ସ୍ଵତନ୍ତ୍ର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ଆସନ୍ତା ୨୪ ଘଣ୍ଟା ଭିତରେ ତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ଘଟଣା ସହ ସମ୍ପୃକ୍ତ ପାଞ୍ଚଟି ମାମଲାକୁ ବିଚାର ପାଇଁ ତୁରନ୍ତ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ସୁରକ୍ଷା ଦାୟିତ୍ଵ ନିଶ୍ଚିତ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ସିବିଆଇ କୁ ଆସନ୍ତା ୭ ଦିନ ଭିତରେ ଗତ ଜୁଲାଇ ୨୮ ତାରିଖର ହତ୍ୟା ଉଦ୍ୟମ ତଥା ୪୫ ଦିନ ଭିତରେ ଦୁଷ୍କର୍ମ ମାମଲାର ତଦନ୍ତ ସାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।ସେହିପରି ପୀଡ଼ିତା ଓ ତାଙ୍କ ଓକିଲଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ କି ନାଇଁ ସେ ସମ୍ପର୍କରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା କରିବାକୁ କୁହାଯାଇଛି।

ମୋଟାମୋଟି ଡେରିରେ ହେଲେ ମଧ୍ୟ ସୁପ୍ରିମ କୋର୍ଟ ଏହି ଘଟଣାରେ ନ୍ୟାୟ ପ୍ରକ୍ରିୟାକୁ ତ୍ବରାନ୍ଵିତ କରିଛନ୍ତି। ତେବେ ନ୍ୟାୟ ପାଇବା ରାସ୍ତାରେ ପୀଡ଼ିତା ଅନେକ କିଛି ହରେଈ ସାରିଲେଣି। ପୀଡ଼ିତାଙ୍କ ବାପାଙ୍କୁ ମିଛ ଅସ୍ତ୍ରଶସ୍ତ୍ର ମାମଲାରେ ଗିରଫକରି ତାଙ୍କୁ ପୋଲିସ ହେପାଜତରେ ମାରି ଦିଆ ଯାଇଥିଲା। ଏହାର ତଦନ୍ତ ମଧ୍ୟ ଶିଥିଳ ପଡିଛି। ପୀଡ଼ିତାଙ୍କ ପୂରା ପରିବାର ଏବେ ଆତଙ୍କ ଭିତରେ ରହିଛନ୍ତି। ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରାଗଲାଣି ଓ ପରିବାରର ଅନ୍ୟମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ପୂରା ମାମଲାରେ ଅପରାଧୀ ବିଧାୟକଙ୍କ ସହିତ ହାତକୁ ହାତ ମିଳାଇ କାମ କରୁଥିବା ଭଳି ମନେ ହେଉଛି। ଉତ୍ତର ପ୍ରଦେଶର ଏହି ଉଦାହରଣରୁ ସେଠିକାର ଆଇନ ବ୍ୟବସ୍ଥାର ଏକ ସ୍ପଷ୍ଟ ଚିତ୍ର ମିଳିଯାଉଛି।

ତେବେ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବାବେଳକୁ ଭାରତୀୟ ଜନତା ପାର୍ଟି ମଧ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଦଳରୁ ବହିଷ୍କୃତ କରିଛି। ଗତ ଦୁଇ ବର୍ଷ ଧରି ବିଧାୟକଙ୍କୁ ନୈତିକ ସମର୍ଥନ ଦେବା ସହିତ ପୀଡ଼ିତାଙ୍କ ଉପରେ ଅକଥନୀୟ ଶାରୀରିକ ଓ ମାନସିକ ଅତ୍ୟାଚାର କରିବାରେ ବିଜେପି ସହାୟକ ଭୂମିକା ନେଇଆସୁଥିଲା। ଦୁଇ ବର୍ଷ ଧରି ଜଣେ ଅପରାଧୀ ବିଧାୟକଙ୍କୁ ନିଜ ଦଳର ସମର୍ଥନ ଦେଇ ଆସିଥିବା ବିଜେପି ଏହି ମାମଲାରେ ଅନ୍ୟତମ ଦୋଷୀ ନିଶ୍ଚୟ। ଆଜି ସୁପ୍ରିମ କୋର୍ଟ ଉତ୍ତର ପ୍ରଦେଶରୁ ଏ ସଙ୍କ୍ରାନ୍ତୀୟ  ସବୁ ମକଦ୍ଦମା ଦିଲ୍ଲୀକୁ ସ୍ଥାନାନ୍ତରିତ କରି ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ଆମ ଆଗରେ ଅନାବୃତ କରି ଦେଇଛନ୍ତି। ଜଙ୍ଗଲ ରାଜର ଏହାଠୁ ବଳି ବଡ ଉଦାହରଣ ଆଉ କଣ ହୋଇପାରେ।

ଉନ୍ନାଓ ପୀଡ଼ିତାଙ୍କ ଜୀବନ ଆଜି ଘୋର ସଙ୍କଟରେ। ନ୍ୟାୟ ଦେବାଲାଗି ତାଙ୍କ ସହିତ ଦେଶର ଜନ ସାଧାରଣ ଠିଆ ହେବା ଆଜି ପ୍ରଥମ କର୍ତ୍ତବ୍ୟ ନୁହେଁ କି?

 

Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Latest News

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.