Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉନ୍ନାଓ ମାମଲାରେ ଉତ୍ତର ପ୍ରଦେଶରୁ ସବୁ କେସ ଦିଲ୍ଲୀକୁ ସ୍ଥାନାନ୍ତରିତ- ଯୋଗୀ ସରକାର ନ୍ୟାୟ ପ୍ରତି କେତେ ବିଶ୍ଵସ୍ତ, ଏହା ତାର ପ୍ରମାଣ!
ବିଶେଷ ଖବର

ଉନ୍ନାଓ ମାମଲାରେ ଉତ୍ତର ପ୍ରଦେଶରୁ ସବୁ କେସ ଦିଲ୍ଲୀକୁ ସ୍ଥାନାନ୍ତରିତ- ଯୋଗୀ ସରକାର ନ୍ୟାୟ ପ୍ରତି କେତେ ବିଶ୍ଵସ୍ତ, ଏହା ତାର ପ୍ରମାଣ!

August 1, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପରିଶେଷରେ ଉନ୍ନାଓ ଘଟଣାରେ ମାନ୍ୟବର ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଛନ୍ତି। ଗତ ଦୁଇ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଉନ୍ନାଓ ର ପୀଡ଼ିତା ଯୁବତୀଙ୍କ ଚିଠି ଉପରେ ସ୍ଵତନ୍ତ୍ର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ଆସନ୍ତା ୨୪ ଘଣ୍ଟା ଭିତରେ ତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ଘଟଣା ସହ ସମ୍ପୃକ୍ତ ପାଞ୍ଚଟି ମାମଲାକୁ ବିଚାର ପାଇଁ ତୁରନ୍ତ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ସୁରକ୍ଷା ଦାୟିତ୍ଵ ନିଶ୍ଚିତ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ସିବିଆଇ କୁ ଆସନ୍ତା ୭ ଦିନ ଭିତରେ ଗତ ଜୁଲାଇ ୨୮ ତାରିଖର ହତ୍ୟା ଉଦ୍ୟମ ତଥା ୪୫ ଦିନ ଭିତରେ ଦୁଷ୍କର୍ମ ମାମଲାର ତଦନ୍ତ ସାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।ସେହିପରି ପୀଡ଼ିତା ଓ ତାଙ୍କ ଓକିଲଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ କି ନାଇଁ ସେ ସମ୍ପର୍କରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା କରିବାକୁ କୁହାଯାଇଛି।

ମୋଟାମୋଟି ଡେରିରେ ହେଲେ ମଧ୍ୟ ସୁପ୍ରିମ କୋର୍ଟ ଏହି ଘଟଣାରେ ନ୍ୟାୟ ପ୍ରକ୍ରିୟାକୁ ତ୍ବରାନ୍ଵିତ କରିଛନ୍ତି। ତେବେ ନ୍ୟାୟ ପାଇବା ରାସ୍ତାରେ ପୀଡ଼ିତା ଅନେକ କିଛି ହରେଈ ସାରିଲେଣି। ପୀଡ଼ିତାଙ୍କ ବାପାଙ୍କୁ ମିଛ ଅସ୍ତ୍ରଶସ୍ତ୍ର ମାମଲାରେ ଗିରଫକରି ତାଙ୍କୁ ପୋଲିସ ହେପାଜତରେ ମାରି ଦିଆ ଯାଇଥିଲା। ଏହାର ତଦନ୍ତ ମଧ୍ୟ ଶିଥିଳ ପଡିଛି। ପୀଡ଼ିତାଙ୍କ ପୂରା ପରିବାର ଏବେ ଆତଙ୍କ ଭିତରେ ରହିଛନ୍ତି। ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରାଗଲାଣି ଓ ପରିବାରର ଅନ୍ୟମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ପୂରା ମାମଲାରେ ଅପରାଧୀ ବିଧାୟକଙ୍କ ସହିତ ହାତକୁ ହାତ ମିଳାଇ କାମ କରୁଥିବା ଭଳି ମନେ ହେଉଛି। ଉତ୍ତର ପ୍ରଦେଶର ଏହି ଉଦାହରଣରୁ ସେଠିକାର ଆଇନ ବ୍ୟବସ୍ଥାର ଏକ ସ୍ପଷ୍ଟ ଚିତ୍ର ମିଳିଯାଉଛି।

ତେବେ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବାବେଳକୁ ଭାରତୀୟ ଜନତା ପାର୍ଟି ମଧ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଦଳରୁ ବହିଷ୍କୃତ କରିଛି। ଗତ ଦୁଇ ବର୍ଷ ଧରି ବିଧାୟକଙ୍କୁ ନୈତିକ ସମର୍ଥନ ଦେବା ସହିତ ପୀଡ଼ିତାଙ୍କ ଉପରେ ଅକଥନୀୟ ଶାରୀରିକ ଓ ମାନସିକ ଅତ୍ୟାଚାର କରିବାରେ ବିଜେପି ସହାୟକ ଭୂମିକା ନେଇଆସୁଥିଲା। ଦୁଇ ବର୍ଷ ଧରି ଜଣେ ଅପରାଧୀ ବିଧାୟକଙ୍କୁ ନିଜ ଦଳର ସମର୍ଥନ ଦେଇ ଆସିଥିବା ବିଜେପି ଏହି ମାମଲାରେ ଅନ୍ୟତମ ଦୋଷୀ ନିଶ୍ଚୟ। ଆଜି ସୁପ୍ରିମ କୋର୍ଟ ଉତ୍ତର ପ୍ରଦେଶରୁ ଏ ସଙ୍କ୍ରାନ୍ତୀୟ  ସବୁ ମକଦ୍ଦମା ଦିଲ୍ଲୀକୁ ସ୍ଥାନାନ୍ତରିତ କରି ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ଆମ ଆଗରେ ଅନାବୃତ କରି ଦେଇଛନ୍ତି। ଜଙ୍ଗଲ ରାଜର ଏହାଠୁ ବଳି ବଡ ଉଦାହରଣ ଆଉ କଣ ହୋଇପାରେ।

ଉନ୍ନାଓ ପୀଡ଼ିତାଙ୍କ ଜୀବନ ଆଜି ଘୋର ସଙ୍କଟରେ। ନ୍ୟାୟ ଦେବାଲାଗି ତାଙ୍କ ସହିତ ଦେଶର ଜନ ସାଧାରଣ ଠିଆ ହେବା ଆଜି ପ୍ରଥମ କର୍ତ୍ତବ୍ୟ ନୁହେଁ କି?

 

Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026
Latest News

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026

ଏଣିକି ନିଜ ଜିଲ୍ଲାରେ ନିଯୁକ୍ତି ମନା

April 15, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

April 15, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.