ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରିବା ପରେ ତାହାର ଜବାବ ଦେଇଛନ୍ତି। ସେ ନିଜର ସାମାଜିକ ଗଣ ମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ବିଜୁ ଜନତା ଦଳର ସାଧାରଣ ସଦସ୍ୟ ଭାବେ ନବୀକରଣ କରି ନାହିଁ। ତେଣୁ ମୁଁ ଦଳରେ ନ ଥିବା ବେଳେ ମୋତେ ନିଲମ୍ବନ କରିବାର କିଛି ମାନେ ନାହିଁ।
ଶ୍ରୀମୟୀ ଯାହା ଲେଖିଛନ୍ତି ତାହା ହେଲା,” ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶା କୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ।ମୁଁ ଓଡିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ । ଜୟ ଜଗନ୍ନାଥ ।
National Ayurveda Day Celebrated with Theme “Ayurveda for People and Planet”