ନିଜର ମନ୍ତବ୍ୟ ପାଇଁ ଗୃହରେ ଦୁଃଖ ପ୍ରକାଶ କଲେ ବିଧାୟକ ବିଷ୍ଣୁ ସେଠୀ । ଦୁଃଖ ପ୍ରକାଶ ସହ ଗୃହର ବିବରଣୀରୁ ବାଦ୍ ଦେବାକୁ ଅନୁରୋଧ କରିଛନ୍ତି । ମୁଁ ଉଦ୍ଦେଶ୍ୟମୂଳକ ଭାବେ କହି ନଥିଲି ବୋଲି କହିଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ ରୁଲିଂ ଦେଲେ ବାଚସ୍ପତି । ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି । ମିଡିଆ ମଧ୍ୟ ଏ ସମ୍ପର୍କିତ ଖବର ଆଉ ପ୍ରକାଶ ନ କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗତକାଲି ବିଷ୍ଣୁ ସେଠୀ ସଂସଦରେ ତିନି ତଲାକ ବିଲ୍ ପାରିତ ହେବା ନେଇ ବିଧାନସଭା ଗୃହରେ ମନ୍ତବ୍ୟ ରଖୁଥିଲେ । ଏହି ସମୟରେ ସେ ଟ୍ରିପଲ୍ ତଲାକ୍ ପାଇଥିବା ମସୁଲମାନ ମହିଳାଙ୍କ ପ୍ରତି କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ କେନ୍ଦ୍ର କରି କଂଗ୍ରେସ ଓ ବିଜେଡ଼ି କର୍ମୀ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଆଜି ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ହଙ୍ଗମା କରିଥିବାବେଳେ ବିଷ୍ଣୁଙ୍କ କ୍ଷମା ମାଗିବାକୁ ଦାବି କରାଯାଇଥିଲା । କଂଗ୍ରେସର ହୋହଲ୍ଲା ଓ ନାରାବାଜି ପାଇଁ ବାଚସ୍ପତି ଏକ ଘଣ୍ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।