ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସମବାୟ ବ୍ୟାଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଦିନ ମହାରାଷ୍ଟ୍ରର ସତାରାରେ ଥିବା ଜୀଜାମାତା ମହିଳା ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। ଏହାର କାରଣ ହେଉଛି ସମବାୟ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଏବଂ ସମ୍ଭାବନା ନାହିଁ।
ଉଲ୍ଲେଖନୀୟ ଯେ, ଜୀଜାମାତା ମହିଳା ସହକାରୀ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ପ୍ରଥମେ ଜୁନ୍ ୩୦ ତାରିଖ 2016୨୦୧୬ ରେ ଏକ ଆଦେଶ ମାଧ୍ୟମରେ ବାତିଲ କରାଯାଇଥିଲା। ଏହା ପରେ ବ୍ୟାଙ୍କର ଆବେଦନ ଉପରେ ଅକ୍ଟୋବର ୨୩ ତାରିଖ ୨୦୧୯ ରେ ପୁନଃସ୍ଥାପିତ ହୋଇଥିଲା।