Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ହାଇଜାକ୍ କରିବ ବିଜେଡି ! ଚାଲିଛି ଯୋଜନା
ଆଜିର ଖବର

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ହାଇଜାକ୍ କରିବ ବିଜେଡି ! ଚାଲିଛି ଯୋଜନା

October 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଉପନିର୍ବାଚନ
ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ହାଇଜାକ୍ କରିବ ବିଜେଡି ! ଚାଲିଛି ବଡ ଯୋଜନା

ନୂଆପଡା ଉପନିର୍ବାଚନ ଯେତିକି ପାଖଉଛି ସେତିକି ନୂଆ ନୂଆ କଥା ଦେଖିବାକୁ ମିଳୁଛି। ଯାହାକୁ ବିଜେଡି ପ୍ରାର୍ଥୀ କରିବ ବୋଲି ପାଗ ଭିଡି ବସିଥିଲା ତାଙ୍କୁ ହାଇଜାକ କରି ନେଲା ବିଜେପି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ରାଜ୍ୟ ବିଜେପି ତାଙ୍କ ନାମକୁ ସଂସଦୀୟ କମିଟକୁ ସୁପାରିଶ କରିଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା କରାଯିବ।

ନିଜ ପ୍ରାର୍ଥୀ ବିଜେପିକୁ ଯିବା ପରେ ବର୍ତ୍ତମାନ ବାଉଳା ହେବାରେ ଲାଗିଛି ବିଜେଡି। ତାଙ୍କ ଦଳରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କ କଷା। ତେବେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ। କାରଣ କଂଗ୍ରେସର ଟାଣୁଆ ପ୍ରାର୍ଥୀ ଘାସିରାମ ମାଝୀ, ପୁଣି ବିଜେପିର ଜୟ ଢୋଲକିଆଙ୍କୁ ଟକ୍କର ଦେବା ପରି ପ୍ରାର୍ଥୀ ଆବଶ୍ୟକ। ସେଥିପାଇଁ ନୂଆପଡାରେ ବିଜେଡିର ଏକ ବଡ ଟିମ ଡେରା ପକାଇ ବସିଛନ୍ତି। ହେଲେ ସେ ଦୁହିଁକୁ ଟକ୍କର ଦେବାପରି ପ୍ରାର୍ଥୀ ଏ ପର୍ଯ୍ୟନ୍ତ ବିଜେଡିକୁ ମିଳିପାରି ନାହିଁ।

ତେବେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ, ବିଜେଡି କୁଆଡେ କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପରେ ନଜର ରଖିଛି। ତାଙ୍କୁ ଯେନତେନ ପ୍ରକାରେଣ ବିଜେଡିକୁ ଆଣି ପ୍ରାର୍ଥୀ କରିବା ପାଇଁ ଭିତିରଆ ଉଦ୍ୟମ ଚଳାଇଛି। ତାଙ୍କୁ ବିଭିନ୍ନ ଲୋଭ ଦେଖାଇ ଦଳରେ ସାମିଲ କରିବା ପାଇଁ ବିଜେଡିର ଦୁଇ ଜଣ ନେତା ତାଙ୍କ ପଛରେ ଲାଗି ରହିଛନ୍ତି। ତାଙ୍କୁ ହାଇଜାକ କରିବା ପାଇଁ ଯୋଜନା କରାଯାଇଛି।

ତେବେ ଯେତେ ଯାହା ଦରକାର ତାହା ଘାସିରାମଙ୍କ ଉପରେ ଢାଳିଦେବା ପାଇଁ ବିଜେଡି ପ୍ରସ୍ତୁତ ରହିଛି। ତାଙ୍କୁ ଜିତାଇବା ପାଇଁ ଦଳ ସବୁ ବଳ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ଏପରି ବଳ କଂଗ୍ରେସ ପାଖରେ ନାହିଁ ବୋଲି ତାଙ୍କୁ ଏହି ମଧ୍ୟସ୍ଥମାନେ କହିସାରିଛନ୍ତି। ଏପରିକି ଆଦିବାସୀମାନେ କଂଗ୍ରେସ ପ୍ରତି ବିମୁଖ ହୋଇଛନ୍ତି ତେଣୁ ସେହି ଦଳରୁ ଛିଡା ହେଲେ ଭୋଟ ଦୁଇଭାଗ ହୋଇଯିବ ବୋଲି ମଧ୍ୟ ତାଙ୍କୁ ରଂଗୀନ ନକ୍ସା ପ୍ରଦାନ କରାଯାଇଛି। ଯଦି କୌଣସି ପ୍ରକାରରେ ସେ ରାଜି ହୁଅନ୍ତି ତେବେ ତାଙ୍କୁ ସିଧା ନୂଆପଡାରୁ ଉଠାଇ ନବୀନ ନିବାସ ଆଣିବା ପାଇଁ ଦଳ ଏକ ଗାଡି ପ୍ରସ୍ତୁତ କରି ରଖିଛି।

ବର୍ତ୍ତମାନ ନୂଆପଡା ଉପନିର୍ବାଚନରେ ଯଦି ବିଜେଡି ଭଲ ପ୍ରାର୍ଥୀ ନ ଦିଏ ତେବେ ଏହି ଦଳ ହୁଏତ ତୃତୀୟ ସ୍ଥାନକୁ ଖସିଆସିବ। ଯାହା ଦଳ ପାଇଁ ଏକ ବଡ ଅପମାନ ସଦୃଶ୍ୟ ହେବ। ସେଥିପାଇଁ ବିଜେଡି ଆଦିବାସୀ କାର୍ଡ ଖେଳିବା ପାଇଁ ଜଣେ ଆଦିବାସୀ ପ୍ରାର୍ଥୀଙ୍କୁ ଖୋଜିବାରେ ଲାଗିଛି। ଯଦି ଏହା ସମ୍ଭବ ନ ହୁଏ ତେବେ ଦଳ ପ୍ଲାନ ବି ରେ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଯୋଜନା କରିସାରିଛି। ତେବେ ସେହି ମହିଳା କିଏ ସେ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

READ MORE- NITI Aayog today released a report on “India’s Blue Economy: Strategy for Harnessing Deep-Sea and Offshore Fisheries”. This report was formally launched by Prof. Ramesh Chand, Member (Agriculture), NITI Aayog, and Shri B.V.R. Subrahmanyam, CEO, NITI Aayog, in a special event attended by representatives from the fisheries sector, maritime states, and stakeholder organizations. ( CLICK HERE)

Nuapada Byelection ଘାସିରାମ ମାଝୀ ନୂଆପଡା ଉପନିର୍ବାଚନ ବିଜେଡି ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.