Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Nuapada Bypoll: ବିଜେପି ଜିତିବା ପାଇଁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା, କଂଗ୍ରେସ
ଆଜିର ଖବର

Nuapada Bypoll: ବିଜେପି ଜିତିବା ପାଇଁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା, କଂଗ୍ରେସ

October 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Nuapada Bypoll
Nuapada Bypoll: ବିଜେପି ଜିତିବା ପାଇଁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା, କଂଗ୍ରେସ

Nuapada Bypoll: ବିଜେଡି-ବିଜେପି ଭାଇଭାଇ। ଚଳିତ ନୂଆପଡ଼ା ଉପନିର୍ବାଚନ ଏହି କଥାକୁ ପୁଣିଥରେ ପ୍ରମାଣ କଲା। ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ ଦେଇ ବିଜେଡି ତିନି ନମ୍ବରକୁ ଖସିବା ନିଶ୍ଚିତ କରିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ନୂଆପଡ଼ାଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସେ ଆହୁରି କହିଛନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିଜେପିର ଲଢ଼େଇ କଂଗ୍ରେସ ସହ ହେଉଛି ବୋଲି ଗୁରୁବାର ନୂଆପଡ଼ା ସଭାରେ କହିବା ଏହି କଥାକୁ ସୂଚାଉଛି।

ମୁଖ୍ୟମନ୍ତ୍ରୀଙ୍କ କଥାରୁ କଂଗ୍ରେସ ଆଗୁଆ ଥିବା ନେଇ ବିଜେପି ଆକଳନ କରୁଥିବା ଆଭାସ ମିଳୁଛି। କେବଳ କଂଗ୍ରେସକୁ ହରାଇବା ପାଇଁ ହିଁ ଦୁଇଦଳ ମିଳିତ ରଣନୀତି କରୁଛନ୍ତି। ପ୍ରଥମେ ବିଜେପି ଜଣେ ଯୋଗ୍ୟ ପ୍ରାର୍ଥୀ ନ ପାଇବାରୁ ବିଜେଡିରୁ ଜୟ ଢୋଲକିଆଙ୍କୁ ରାତାରାତି ଛଡ଼ାଇ ନେଇ ନିଜ ଦଳକୁ ନେଇ ପ୍ରାର୍ଥୀ ଘୋଷଣା କଲା। ତେବେ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତା ହେଲେ କଂଗ୍ରେସର ବିଜୟ ସୁନିଶ୍ଚିତ ଜାଣି ‘ବିଜେପି ପଛେ ଜିତୁ’ ନ୍ୟାୟରେ ବିଜେଡି ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେଲା। ତେବେ କଂଗ୍ରେସ ଦଳ ଏହି ନିର୍ବାଚନରେ ଏତେ ଆଗୁଆ ଅଛି ଯେ କୌଣସି ସମୀକରଣ ଆଉ ଦଳକୁ ହରାଇପାରିବନି ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପ୍ରଥମତଃ, ମୂଳରୁ କଂଗ୍ରେସ ପ୍ରାର୍ଥୀ ଘୋଷିତ ହୋଇଥିବା ଘାସିରାମ ମାଝୀ ଏକମାତ୍ର ପ୍ରାର୍ଥୀ ଯାହାଙ୍କୁ କି କି ନୂଆପଡ଼ା ମାଟିର ପୁଅ ବୋଲି କୁହାଯାଇପାରେ। ଏହି ଦକ୍ଷ ଆଦିବାସୀ ଆଇନଜୀବୀ ଅତୀତରେ ୫ ଥର ବିଧାନସଭା ନିର୍ବାଚନ ହାରିଥିଲେ ମଧ୍ୟ ପ୍ରତିଥର ତାଙ୍କ ଭୋଟ ବଢ଼ିବଢ଼ି ଶେଷରେ ଗତଥର ୫୦ ହଜାର ୯୪୧ରେ ପହଞ୍ଚିଥିଲା। ଯେଉଁ ପ୍ରାର୍ଥୀ ଗତଥର ପିର୍ଦ୍ଦଳୀୟ ଭାବେ ଏତେ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ଏ ଥର ‘ଭୋଟ୍ ଚୋର, ପ୍ରାର୍ଥୀ ଚୋର’ ବିଜେପିକୁ ହରାଇବା ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।

କିଛିବର୍ଷ ହେଲା ନୂଆପ଼ାବାସୀ ଦେଉଳ ଗଢ଼ିଥିଲ, ଏ ଥର ମୁଣ୍ଡି ମରିବେ। ଆହୁରି ମଧ୍ୟ, ଅବିଭକ୍ତ କଳାହାଣ୍ଡି ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ପିସିସି ସଭାପତି ଭକ୍ତଚରଣ ଦାସ ମୂଳରୁ ଶ୍ରୀ ମାଝୀଙ୍କ ନିର୍ବାଚନ ମଙ୍ଗ ଧରିଛନ୍ତି। ତାଙ୍କ କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ତାଙ୍କର ମଧ୍ୟ ଗ୍ରହଣୀୟତା ରହିଛି। ଅନ୍ୟ ପକ୍ଷରେ ବିଜେଡି-ବିଜେପି ଦଳର ସମସ୍ତ ନେତାଙ୍କ ଭିତରୁ କେହି ସେପରି କଳାହାଣ୍ଡିର ବଡ଼ନେତା ନାହାନ୍ତି। ବିଜେପି ସରକାରର କୁଶାସନ ବିରୋଧରେ ଜନାଦେଶ ପାଇଁ ଏ ଥରର ନୂଆପଡ଼ା ଉପନିର୍ବାଚନ ପ୍ରକୃଷ୍ଟ ସୁଯୋଗ।

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନହେବା ଏହି ଜନାଦେଶର ପୂର୍ବାଭାସ। ଏହି ନିର୍ବାଚନରେ କଂଗ୍ରେସ ଜିଣିବା ସହ ରାଜ୍ୟର ରାଜନୈତିକ ପାଣିପାଗ ବଦଳିବ। ଏମିତିରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟବାସୀ କଂଗ୍ରେସକୁ ପ୍ରମୁଖ ବିରୋଧୀ ଦଳର ଅନୌପଚାରିକ ମାନ୍ୟତା ଦେଇସାରିଛନ୍ତି। ଏହି ନିର୍ବାଚନ ପରେ କଂଗ୍ରେସ ପୁଣି ରାଜ୍ୟର ଏକ ନମ୍ବର ଦଳ ହେବା ଦିଗରେ ମାର୍ଗ ପ୍ରଶସ୍ତ ହେବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି।

କଂଗ୍ରେସ ନୂଆପଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.