ଭୁବନେଶ୍ଵର: ତୃତୀୟ ନନ୍ଦ କିଶୋର ପଟ୍ଟନାୟକ ସ୍ମାରକୀ ଅଲ୍ ଓଡିଶା ମହିଳା ଫୁଟବଲ ପ୍ରତିଯୋଗିତାର ଲୋଗୋ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ଏହି ପ୍ରତିଯୋଗିତା ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡାକୁ ସଶକ୍ତ କରିବ, ରାଜ୍ୟରେ ଫୁଟବଲ୍ ପ୍ରତି ମହିଳା ଖେଳାଳିଙ୍କ ମନୋଭାବ ବୃଦ୍ଧି ଲକ୍ଷ୍ୟରେ ଏହା ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଏହାକୁ ଭୁବନେଶ୍ୱର ସିଟି କ୍ଲବ ଦ୍ଵାରା ଆୟୋଜିତ କରାଯାଉଛି। କାର୍ଯ୍ୟକ୍ରମରେ ବିଧାୟକ ଜୟ ନାରାୟଣ ମିଶ୍ର ଓ ବାବୁ ସିଂହ ଉପସ୍ଥିତ ଥିଲେ।