ପୁରୀ: ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଗୋବର୍ଦ୍ଧନ ଆସରାନୀଙ୍କ ପରଲୋକ ଘଟିଛି। ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଜଣେ ପ୍ରତିଭାଶାଳୀ କଳାକାର ଭାବେ ଆସରାନୀ ଅନେକ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ। ଶ୍ରୀ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଭାରତୀୟ ସିନେମାରେ ତାଙ୍କର ଅଭିନୟ ସବୁଦିନ ପାଇଁ ବଞ୍ଚି ରହିବ।


