Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତର କଷ୍ଟସାଧ୍ୟ ବିଜୟ : ପଦାର୍ପଣରେ ସାଇନିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌
ଆଜିର ଖବର

ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତର କଷ୍ଟସାଧ୍ୟ ବିଜୟ : ପଦାର୍ପଣରେ ସାଇନିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌

August 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟି20 ମ୍ୟାଚ୍‌ରେ 4 ଓ୍ବିକେଟ୍‌ରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଓ୍ବିଣ୍ଡିଜ୍‌ ନିର୍ଦ୍ଧାରିତ ଓଭରରେ ମାତ୍ର 98 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହା ସହିତ ଷଷ୍ଠ ଭାରତୀୟ ଖେଳାଳି ଭାବରେ ପଦାର୍ପଣରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହେବାର ସୌଭାଗ୍ୟ ହାସଲ କରିଛନ୍ତି ନବଦୀପ ସାଇନି । ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ବୋଲିଂ ଓପନ୍‌ କରିଥିବା ସୁନ୍ଦର ପ୍ରଥମ ଓଭରରେ ସଫଳତା ପ୍ରଦାନ କରିଥିଲେ । ତୃତୀୟ ବୋଲର ଭାବରେ ଆସିଥିବା ନବଦୀପ୍‌ ସାଇନି ଭାରତୀୟ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଓ୍ବିଣ୍ଡିଜ୍‌ର 9 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର୍‌ ଛୁଇଁ ପାରିନଥିବା ବେଳେ କିରନ୍‌ ପୋଲାର୍ଡ 49 ବଲ୍‌ରେ 49 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ନବଦୀପ୍‌ ସାଇନି (4-1-17-3)ର ଫିଗର ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର କୁମାର 19 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଓ୍ବାଶିଂଟନ୍‌ ସୁନ୍ଦର, ଖଲିଲ୍‌ ଅହମଦ୍‌, କୃଣାଲ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ପ୍ରତ୍ୟୋକ 1ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ଦ୍ବିତୀୟ ଓଭରରେ ଶିଖର ଧଓ୍ବନ୍‌ଙ୍କୁ ହରାଇଥିଲା । ରୋହିତ ଏବଂ କୋହଲି ଦ୍ବତୀୟ ଓ୍ବିକେଟ୍‌ରେ 28 ରନ୍‌ ଯୋଡିବା ପରେ ରୋହିତ ଏବଂ ପନ୍ତ ଲଗାତାର ବଲ୍‌ରେ ଆଉଟ୍‌ ହୋଇଥିଲେ । ମନୀଷ ପାଣ୍ଡେ 19 ରନ୍‌ କରିଥିଲେ । ଓ୍ବିଣ୍ଡିଜ୍‌ ବୋଲରଙ୍କ ମଧ୍ୟରେ କଟରେଲ, ନାରିନ୍‌ ଏବଂ କିମୋ ପଲ୍‌ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.