ରେଢ଼ାଖୋଲ (କନ୍ଦର୍ପ ବେହେରା): ପଶ୍ଚିମ ଓଡ଼ିଶାରେ ଅନେକ ଗୁଡିଏ ଅନାଲୋଚିତ ପର୍ଯ୍ୟଟନ ସ୍ଥଳୀ ରହିଛି। ଐତିହାସିକ ମାନେ ସେଇ ସ୍ଥାନକୁ ଗବେଷଣା କରିବାକୁ ପହଂଚି ପାରିନାହାନ୍ତି। ସେମିତି ଏକ ଅନାଲୋଚିତ ସ୍ଥାନ ହେଲା ସମ୍ୱଲପୁର ଜିଲ୍ଲା, ନାକଟିଦେଉଳ ବ୍ଲକ, ବାଟଗାଁ ପଂଚାୟତ ର ହିତସରା ଗ୍ରାମ ନିକଟସ୍ଥ ଦେଉଳଗା ପର୍ଯ୍ୟଟନ ସ୍ଥଳ। ହିତସରା ଗ୍ରାମ ଠାରୁ ନଅ କିଲୋମିଟର ଦୂର ଗଲେ ପଡ଼େ ଏହି ଦେଓଳଗା। ପାହାଡ଼ ପାଦଦେଶର ରହିଛି ଏହି ସ୍ଥାନଟି। ଏଠାକୁ ଯିବାକୁ ହେଲେ ପାଦରେ ଚାଲି ଚାଲି ଯିବାକୁ ହୁଏ।
ଘଞ୍ଚ ଅରଣ୍ୟ ମଧ୍ୟରେ ରହିଛି ଏଇ ଅନାଲୋଚିତ ସ୍ଥାନଟି। ଏଠାରେ ଅନେକ ଗୁଡ଼ିଏ ପଥର ଗୁମ୍ଫା ରହିଛି। ପ୍ରାଗ ଐତିହାସିକ ଯୁଗର ଶିଳାଲେଖ ମଧ୍ୟ ଦେଖିବାକୁ ମିଳେ। ଦିନକୁ ଦିନ ଏଇ ଶିଳା ଲେଖ ଗୁଡିକ ନଷ୍ଟ ହେବାକୁ ବସିଲାଣି। ସେଠାରେ ମହାଭାରତ ଯୁଗର ଖଣ୍ଡା, ତରୱାଲ ଆଦି ମାରଣାସ୍ତ୍ର ରହିଛି। ଯାହା ଅନୁମାନ କରାଯାଉଛି ସେଇ ଅସ୍ତ୍ର ଗୁଡିକ ପଞ୍ଚୁ ପାଣ୍ଡବ ଙ୍କ ବ୍ୟବହୃତ ଅସ୍ତ୍ର ଶସ୍ତ୍ର ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି ଏହି ଅସ୍ତ୍ର ଶସ୍ତ୍ର କେବେଠୁ ଅଛି କେହି ସଠିକ କହି ପାରନ୍ତି ନାହିଁ।
ପୁରାଣରେ ବର୍ଣ୍ଣିତ ଅଛି ଯେ, ପଞ୍ଚୁ ପାଣ୍ଡବ ମାତା କୁନ୍ତୀ, ଓ ସ୍ତ୍ରୀ ଦ୍ରୌପଦୀ ଙ୍କୁ ଧରି ଯେଉଁ ଅଜ୍ଞାତ ବାସ କରୁଥିଲେ କିଛି ଦିନ ଏହି ଦେଉଳଗା ଠାରେ ଅବସ୍ଥାନ କରିଥିଲେ ବୋଲି ଶୁଣିବାକୁ ମିଳେ। ଏଠାରେ ଅନେକ ଗୁଡିଏ କ୍ଷୁଦ୍ର ଝରଣା ପ୍ରବାହିତ ହେଇଛି ଯାହା ଚିରସ୍ରୋତା ଅଟେ। ପାହାଡ଼ ଶିଖରେ ଏକ ସଭାଗୃହ ଅଛି। ସ୍ଥାନୀୟ ଲୋକେ ସେଠାରେ ଏକ ପଦ୍ମ ପୋଖରୀ ଅଛି ବୋଲି କୁହନ୍ତି। ସେଠାରେ ଗୋଟିଏ ଗୁମ୍ଫା ରେ ମା ତାରିଣୀ ଙ୍କ ନାମରେ ନାମିତ ହୋଇଛି।
ସେଠାରେ ସପ୍ତଫେଣୀ ଗୁମ୍ଫା ଦେଖିବାକୁ ମିଳେ। ଆଗରୁ ଲୋକମାନେ ସେଠାକୁ ଯାଇ ନାମ ସଂକୀର୍ତନ୍ୟ କରୁ ଥିଲେ ବୋଲି ଲୋକ ମୁଖରୁ ଶୁଣିବାକୁ ମିଳେ। ଏହି ପର୍ଯ୍ୟଟନ ପୀଠଟି କେମିତି ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ଏବଂ ସବୁଦିନିଆ ରାସ୍ତାର ସୁବିଧା ହେବ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।



