Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମମାଟିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଆଜିର ଖବର

ଜନ୍ମମାଟିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

October 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଣ୍ଡିତ ଗୋଦାବରୀଶ ମିଶ୍ର
ଜନ୍ମମାଟିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ବାଲୁଗାଁ: ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାରସ୍ୱତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆୟୋଜନରେ ବାଲୁଗାଁ ମହାବିଦ୍ୟାଳୟ ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଓ ପଣ୍ଡିତ ଗୋଦାବରୀଶଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଗୋଦାବରୀଶଙ୍କ ରଚିତ ଉଦବୋଧନୀ ସଂଗୀତ ଗାନ କରାଯାଇଥିଲା। କାର୍ଯ୍ୟକ୍ରମର ସଭା ମୁଖ୍ୟ ତଥା ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ଓଡିଶା ସାହିତ୍ୟ ଏକାଡେମୀର ସହ- ସଚିବ ସଞ୍ଜୟ କୁମାର ଛୁଆଳସିଂ ଅତିଥି ପରିଚୟ ପ୍ରଦାନ କରିବା ସହ ସାହିତ୍ୟ ଏକାଡେମୀର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏହାପରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ତଥା ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକା ଅନୁବାଦିକା ଡ଼କ୍ଟର ବାସନ୍ତୀ ମହାନ୍ତି , ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ,ବିଶିଷ୍ଟ ଗାଳ୍ପିକ ସନାତନ ଆଚାର୍ଯ୍ୟ ଓ ସମ୍ମାନିତ ବକ୍ତା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶର୍ମିଷ୍ଠା ମହାପାତ୍ର ଯୋଗଦେଇ ଗୋଦାବରୀଶ ମିଶ୍ରଙ୍କ ସାମଗ୍ରିକ ସର୍ଜନଶୀଳତା, ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା, ଜାତୀୟତାବୋଧ, ଭାଷାପ୍ରୀତି, ଓଡ଼ିଆ ଅସ୍ମିତା , ରାଜନୀତି, ଜନସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଦ୍ୱିତୀୟ ଅଧିବେଶନରେ ସାହିତ୍ୟ ସିନ୍ଦୁରାର ପ୍ରତିଷ୍ଠାତା ଗୋଲଖ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଚିଲିକା ସାହିତ୍ୟ ସମାଜର ଉପଦେଷ୍ଟା ରବୀନ୍ଦ୍ର ମାନସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପସଭାପତି କବୟିତ୍ରୀ ପ୍ରିୟଦର୍ଶିନୀ ମହାରଣା ଓ ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଝରଣା ନାଥ କବିତା ସଂଯୋଜନା କରିଥିଲେ। କବିତା ପାଠୋତ୍ସବ ଓ ଆଲୋଚନା ଚକ୍ରରେ ଡ଼କ୍ଟର ନୃସିଂହ ପ୍ରସାଦ ମିଶ୍ର, ସ୍ୱାଧୀନ କୁମାର ପଣ୍ଡା, ଡ଼କ୍ଟର ଭବାନୀ ପ୍ରସାଦ ହୋତା, ଭିକାରୀ ଚରଣ ନାୟକ, ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ, ଦିଗମ୍ବର ବିଶ୍ୱାଳ, ସୁଶାନ୍ତ ପଣ୍ଡା, ସୁଶାନ୍ତ ଦାଶ, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ, କୀର୍ତ୍ତିମୟୀ ବାରିକ, ଅଧ୍ୟାପକ ବିମଳ ପଣ୍ଡା, ସଂଗ୍ରାମ କେଶରୀ ସାହୁ, ରଶ୍ମି ରଂଜିତା ମିଶ୍ର, ପ୍ରହଲ୍ଲାଦ ବେହେରା,ସ୍ମୃତି ପଟ୍ଟନାୟକ,ଅଶୋକ ପାଇକରାୟ,ଶେଷଦେବ ମହାରଣା, ରାକେଶ ସାହୁ, ଅନନ୍ତ ଚରଣ ବାରିକି, ଦେବିସ୍ମିତା ସାହୁ, ଶଶୀଭୁଷଣ ବରାଳ, ହରିହର ତ୍ରିପାଠୀ, ପ୍ରମୁଖ ଯୋଗ ଦେଇଥିଲେ।

ପଣ୍ଡିତ ଗୋଦାବରୀଶ ମିଶ୍ର ରାଜ୍ୟସ୍ତରୀୟ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.