ଭୁବନେଶ୍ଵର: ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ଏକ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ ହୋଇଛି। ଭାରତରେ ଫସଲ କ୍ଷତିର ବୋଝ ସମ୍ପର୍କରେ ଏହି କର୍ମଶାଳାରେ ବ୍ୟାପକ ଆଲୋଚନା ହେଉଛି। କଟକସ୍ଥିତ କେନ୍ଦ୍ର ଧାନ ଗବେଷଣା ପ୍ରତିଷ୍ଠାନ ଆଇସିଏଆର ଓ ସିଏବି ଇଣ୍ଟରନ୍ୟାସନାଲ୍ ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପକ୍ଷ ଯୋଗଦେଇ ଫସଲ କ୍ଷତି ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ଆଇସିଏଆର କଟକ ନିର୍ଦ୍ଦେଶକ ଜିଏକେ କୁମାର ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଯୋଗ ଦେଇଛନ୍ତି।



