Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଖଣି ମାଫିଆଙ୍କ ଚାପରେ ମାତ୍ର ୨୧ ଦିନରେ ବଦଳିଲେ କି କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁ?
ମତାମତ

ଖଣି ମାଫିଆଙ୍କ ଚାପରେ ମାତ୍ର ୨୧ ଦିନରେ ବଦଳିଲେ କି କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁ?

August 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି ଓଡିଶାର ଜନ ସାଧାରଣ ଜାଣିବାକୁ ଚାହୁଁଛନ୍ତି, ମାତ୍ର କୋଡିଏ ଦିନ ତଳେ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେଇଥିବା ପୋମା ଟୁଡ଼ୁଙ୍କୁ ହଠାତ ବଦଳି କରାଗଲା କାହିଁକି? ଜଣେ ଜିଲ୍ଲାପାଳ ୨୦ ଦିନର ରହଣି ଭିତରେ କୋରାପୁଟରେ ଏମିତି କଣ କଲେ ଯେ ତାଙ୍କୁ ରାଜ୍ୟ ସରକାର ତୁରନ୍ତ ବଦଳି କରିବାକୁ ଆଦେଶ ଦେଲେ? କେନ୍ଦ୍ର ସରକାରଙ୍କ ପର୍ସୋନେଲ ଏବଂ ତାଲିମ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲାପାଳମାନେ ଅତି କମରେ ୨ ବର୍ଷ ଗୋଟେ ଜିଲ୍ଲାରେ କାମ କରିବାର ସୁଯୋଗ ପାଇବେ। ଦୁଇ ବର୍ଷ ଆଗରୁ ତାଙ୍କୁ ବଦଳି କରିବାକୁ ହେଲେ ଏକ ସ୍ଵତନ୍ତ୍ର ବୋର୍ଡର ଅନୁମତି ଦରକାର ବୋଲି କୁହାଯାଇଥିଲା। ତେବେ ଏହି ନିୟମକୁ ରାଜ୍ୟ ସରକାର ମାନୁଛନ୍ତି କି?

କୋରାପୁଟ ଜିଲ୍ଲାପାଳଙ୍କ ବଦଳି ପ୍ରସଙ୍ଗରେ ଯାହା ଆଲୋଚନା ହେଉଛି, ତାହା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଥିବା କୋଡିଙ୍ଗାମାଳୀ ଖଣି ଉତ୍ତୋଳନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଜିଲାପାଳ ପୋମା ଟୁଡୁ କାର୍ଯ୍ୟରେ ଯୋଗ ଦେବା ପରେ ପରେ କୋଡିଙ୍ଗାମାଳୀ ଖଣି ଦ୍ଵାରା ପ୍ରଭାବିତ ୨୨ ଖଣ୍ଡ ଗାଁ ର ଲୋକେ ଖଣି ଖନନ ବନ୍ଦ କରିବାକୁ ଆନ୍ଦୋଳନ ଆରମ୍ଭ କରିଥିଲେ। କୋଡିଙ୍ଗାମାଳୀରେ ଖଣି ଖନନ ଯୋଗୁଁ ୨୨ ଟି ଗାଁ ର ଲୋକେ ଭୟଙ୍କର ପ୍ରଦୂଷଣ ର ଶିକାର ହେଉଛନ୍ତି ଓ ଖଣି ଖନନ କରୁଥିବା ଠିକାଦାର ସଂସ୍ଥା ଜାଲ ଗ୍ରାମସଭାର ରିପୋର୍ଟ ଆଧାରରେ ଖଣି ଖୋଳା ଚାଲିଛି ବୋଲି ଅଭିଯୋଗ ଆସିଥିଲା। ୩ ତାରିଖ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଓ କୋରାପୁଟ ଏସପି କେ.ବିଶାଳ ସିଂ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଲୋକଙ୍କୁ ବୁଝାଶୁଝା କରି ଫେରୁଥିବା ଜିଲାପାଳଙ୍କୁ ହଠାତ ବଦଳି କରାଗଲା। ମାତ୍ର ୨୦ ଦିନ ଭିତରେ ଲୋକଙ୍କ ସହ ମିଶି ଓ ପୁରା କୋରାପୁଟ ଜିଲ୍ଲା ଗସ୍ତ କରି ଲୋକଙ୍କ ପାଇଁ କାମ କରିବାକୁ ବଦ୍ଧପରିକର ଥିବା ପୋମା ଟୁଡୁଙ୍କୁ ହଠାତ ବଦଳି କରିବାର କାରଣ କଣ?

କୋଡିଙ୍ଗାମାଳୀ ଖଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ରହିଛି। ରାଜନେତା ଓ ଖଣି ଠିକାଦାରଙ୍କ ମିଳିତ ଶୋଷଣର ଶିକାର ହେଉଥିବା ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରୁଛନ୍ତି। କମ୍ପାନୀ ର ପରିବହନ ବିଭାଗରେ କୋରାପୁଟର ପୂର୍ବତନ ସାଂସଦ, ଲକ୍ଷ୍ମୀପୁର ର କିଛି ପୂର୍ବତନ ବିଧାୟକଙ୍କ ଟ୍ରକ ଓ ଟିପର ଲାଗିଥିବାର ଅଭିଯୋଗ ହେଉଛି। ଓଏମସି ଏହି ଖଣିର ମୂଳ ମାଲିକ ହୋଇଥିବା ବେଳେ ଅନ୍ୟ ଏକ କମ୍ପାନୀକୁ ଠିକା ଦେଇ ଖନନ କାମ ଚାଲିଛି। ଏହି କମ୍ପାନୀ ଖଣି ଖନନ ନିୟମର ଉଲ୍ଲଂଘନ କରି ପ୍ରଦୂଷଣ ଓ ଲୋକଙ୍କ ଭିତରେ ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ ଆସିଛି। ଖଣି ମାଫିଆ ଓ ରାଜନେତାଙ୍କ ଅବୈଧ ଚାପକୁ ଅଣଦେଖା କରି ଲୋକଙ୍କ କଥା ଶୁଣିଥିବାରୁ ଓ ଲୋକ ହିତରେ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି ବୋଲି କୋରାପୁଟରେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଛି। ଜାଣିଶୁଣି ବିଧାନସଭା ଅଧିବେଶନ ସାରିବା ପରେ ପରେ ଏହି ବଦଳି କରାଯାଇଛି। ପୋମା ଟୁଡୁ ନୂଆପଡା ଜିଲ୍ଲାପାଳ ଥିବା ବେଳେ ଜିଲାର ଅଗମ୍ୟ ଅଞ୍ଚଳକୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିଲେ। ଜଣେ ଲୋକପ୍ରିୟ ଅଧିକାରୀଙ୍କୁ ଖଣି ମାଫିଆଙ୍କ ଚାପରେ ସତରେ ଯଦି ହଟା ଯାଇଥାଏ, ଏହା ନବୀନ ସରକାରଙ୍କ ସ୍ବଚ୍ଛତା ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିବ।

collector koraput odishagoverment thesamikhsya transfer
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026
Latest News

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.