Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Bihar Assembly Voting: ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ
ଜାତୀୟ ଖବର

Bihar Assembly Voting: ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ

November 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

Bihar Assembly Voting: ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର‌୍ୟ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଚାଲିଛି। ଏଥିରେ ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଏକ ହଜାର ୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ୭ଟି ନିର୍ବାଚନମଣ୍ଡଳୀରେ ମତଦାନ ସନ୍ଧ୍ୟା ୫ଟାରେ ଶେଷ ହେବ।

ତେବେ ନିର୍ବାଚନ କମିସନରଙ୍କ ସୂଚନା ଅନୁସାରେ ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ ହୋଇଛି। ଗୟା ଜି ଏବଂ କିଶନଗଞ୍ଜରେ ସର୍ବାଧିକ ମତଦାନ ହୋଇଛି।  ସକାଳ ୯ ଟା ସୁଦ୍ଧା ପ୍ରାୟ ୧୬ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

ପୋଲିସ ମହାନିର୍ଦ୍ଦେଶକ ବିନୟ କୁମାର କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ, ନେପାଳ ସଂଲଗ୍ନ ସୀମା ଏବଂ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ସହିତ ଆନ୍ତଃରାଜ୍ୟ ସୀମାକୁ ସିଲ୍ କରାଯାଇଛି ଏବଂ ନିୟମିତ ପାଟ୍ରୋଲିଂ ଚାଲିଛି। ଜୟନଗର, ମଧୁବଣୀ ଏବଂ ନେପାଳର ଜନକପୁର ମଧ୍ୟରେ ମୈତ୍ରୀ ଏକ୍ସପ୍ରେସ୍ ଟ୍ରେନ ସେବାର ପରିଚାଳନା ମତଦାନ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ତଦାରଖ କରିବା ପାଇଁ ନିର୍ବାଚନ କମିଶନ ପାଟନାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ ଏବଂ କମାଣ୍ଡ ସେଣ୍ଟର ସ୍ଥାପନ କରିଛନ୍ତି। ସମସ୍ତ ୨୦ଟି ଜିଲ୍ଲା ମୁଖ୍ୟାଳୟରେ ସମାନ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି।

ମହିଳା ସଶକ୍ତିକରଣର ବାର୍ତ୍ତା ଦେବା ପାଇଁ, ୫୯୫ ଟି ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ମହିଳା ମତଦାନ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯାଇଛି। ସେହିପରି ୨୧ ଟି ଦିବ୍ୟାଙ୍ଗ ମତଦାନ କେନ୍ଦ୍ର ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ବ୍ୟବସ୍ଥା କରାଯାଇଛି। ଏହା ସହିତ ୩୧୬ ଟି ମଡେଲ ମତଦାନ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି।

Bihar Assembly Voting ବିହାର ବିଧାନସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

WTC ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ କାହିଁକି ଗୁରୁତ୍ୱପୂର୍ଣ୍ଣ?, ମହମ୍ମଦ ସିରାଜ ଦେଲେ ବଡ଼ ବୟାନ

November 11, 2025

Nuapada Bypoll: ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି

November 11, 2025

ନୂଆପଡା ମତଦାନ ପୂର୍ବରୁ କାହିଁକି ପୂଜାପାଠ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025
Latest News

WTC ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ କାହିଁକି ଗୁରୁତ୍ୱପୂର୍ଣ୍ଣ?, ମହମ୍ମଦ ସିରାଜ ଦେଲେ ବଡ଼ ବୟାନ

November 11, 2025

ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

November 11, 2025

Nuapada Bypoll: ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି

November 11, 2025

ନୂଆପଡା ମତଦାନ ପୂର୍ବରୁ କାହିଁକି ପୂଜାପାଠ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

November 11, 2025

Bihar Assembly Voting: ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.