Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

November 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାବାସୀଙ୍କ ପାଇଁ କେବଳ ଏକ ନାମ ନୁହେଁ, ଏହା ବିକାଶ ପାଇଁ ଏକ ଚିନ୍ତାଧାରା ଓ ପ୍ରେରଣା।

ସୂଚନା ଯୋଗ୍ୟ ଯେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡ଼. ହରେକୃଷ୍ଣ ମହତାବଙ୍କ ଜୀବନୀକୁ ଆଧାର କରି ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ଏବଂ ଡଃ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତା ପ୍ରତଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ମହତାବ ଓ ପ୍ରଜାତନ୍ତ୍ର ସମ୍ପାଦକୀୟ’, ‘ମହତାବ ଜୟନ୍ତୀ ସ୍ମାରକୀ ୨୦୨୫’, ‘ହରେକୃଷ୍ଣ ମହତାବ’, ‘ମହତାବ ଜୟନ୍ତୀ ସ୍ମାରକୀ’ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମେ ଆଧୁନିକ ଓଡ଼ିଶାରେ ଯେତେବେଳେ ହୀରାକୁଦ ନଦୀବନ୍ଧ, ରାଜଧାନୀ ଭୁବନେଶ୍ୱର, ରାଉରକେଲା ଇସ୍ପାତ କାରଖାନା, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ହାଇକୋର୍ଟ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, କଟକ ରେଡିଓ ଷ୍ଟେସନ୍ ଇତ୍ୟାଦିକୁ ନେଇଁ ଗର୍ବ କରୁଛେ, ଏହିସବୁ ଗୌରବମୟ କୀର୍ତ୍ତି ପଛରେ ଡକ୍ଟର ମହତାବଙ୍କ ସ୍ପର୍ଶ ଲୁଚି ରହିଛି।

ଡକ୍ଟର ମହତାବ କେବଳ ସ୍ୱପ୍ନ ଦେଖିନଥିଲେ। ସେ ଜଣେ କର୍ତ୍ତା ଥିଲେ। ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ, ତାଙ୍କ ଆଦର୍ଶକୁ କାର୍ଯ୍ୟରେ ପରିଣତ କରିଥିଲେ। ସେ ଜାଣିଥିଲେ ଯେ କେବଳ ରାଜନୈତିକ ସ୍ୱାଧୀନତା ଯଥେଷ୍ଟ ନୁହେଁ; ପ୍ରକୃତ ସ୍ୱାଧୀନତାର ଅର୍ଥ ହେଉଛି କ୍ଷୁଧା, ଦାରିଦ୍ର୍ୟ, ରୋଗ ଏବଂ ଅଜ୍ଞତାରୁ ମୁକ୍ତି। ସେ ରାଜ୍ୟରେ ଯୋଜନାବଦ୍ଧ ବିକାଶର ମୂଳଦୁଆ ପକାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମ ସରକାରଙ୍କ ଯାତ୍ରାରେ ଆମେ ନିରନ୍ତର ଏପରି ନେତାମାନଙ୍କଠାରୁ ଶକ୍ତି ପାଇଥାଉ। ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବା, ଆୟୁଷ୍ମାନ ଭାରତ – ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା, National Education Policy – 2020 ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଆଣିବା, ଶିଳ୍ପ କ୍ଷେତ୍ରରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତୁତି ମାଧ୍ୟମରେ ଭିତ୍ତିଭୂମି ସୁଦୃଢ କରିବା ଓ ଜଳସେଚନ ଏବଂ ଜୀବିକା ସୁରକ୍ଷା ଆଣିବା। ଏହା ସହିତ ସମୃଦ୍ଧ କୃଷକ ଯୋଜନା, PM-KISAN ଓ CM-KISAN ମାଧ୍ୟମରେ କୃଷକ ମାନଙ୍କ ଆୟକୁ ବହୁଗୁଣିତ କରିବା ଏବଂ ସରକାରୀ କ୍ଷେତ୍ରରେ ପ୍ରାୟ ୩୦ ହଜାର ନିଯୁକ୍ତି ଏବଂ ବେସରକାରୀ କ୍ଷେତ୍ରରେ ପ୍ରାୟ ୭୦ ହଜାର ନିଯୁକ୍ତି ପ୍ରଦାନ କରି ଆମ ସରକାର ସଂକଳ୍ପରୁ ସିଦ୍ଧିର ମାର୍ଗରେ ଗତି କରୁଛି। ଏହା ସବୁ ଡକ୍ଟର ମହତାବଙ୍କ ଆଦର୍ଶ ସହିତ ଜଡ଼ିତ।

ସେ ଆହୁରି କହିଥିଲେ ଯେ, ଆଧୁନିକ ଟେକ୍‌ନୋଲୋଜିରେ ଭାରତକୁ ଆତ୍ମନିର୍ଭର କରିବାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ଲକ୍ଷ୍ୟ ରହିଛି, ସେଥିରେ ଭୁବନେଶ୍ୱରର ଏକ ପ୍ରମୁଖ ଭୂମିକା ରହିବ। ପୂର୍ବ ଭାରତର ଟେକ୍‌ନୋଲୋଜି ହବ୍ ହେବ ଭୁବନେଶ୍ୱର। ପ୍ରଧାନମନ୍ତ୍ରୀ ନିକଟରେ କଟକର ଟାଙ୍ଗୀ ଠାରୁ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ପର୍ଯ୍ୟନ୍ତ ୮ ହଜାର ୩୦୦ କୋଟି ଟଙ୍କା ବିନିଯୋଗରେ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ପାଇଁ ମଞ୍ଜୁରି ଦେଇଛନ୍ତି। ୬ ଲେନ୍ ବିଶିଷ୍ଟ ଏହି ପ୍ରକଳ୍ପ ଯୋଗୁ କଟକ ଓ ଭୁବନେଶ୍ୱର ସହରର ବ୍ୟାପକ ସଂପ୍ରସାରଣ ହେବ, ଅର୍ଥନୈତିକ ଅଭିବୃଦ୍ଧି ଘଟିବ, ଏକ ଆଧୁନିକ ସହର ଭାବେ ଯୁବବର୍ଗଙ୍କ ପାଇଁ ଆକର୍ଷଣର ଏକ ପ୍ରମୁଖ କେନ୍ଦ୍ର ଭାବେ ଏହା ଗଢି ଉଠିବ। ଭୁବନେଶ୍ୱରର ଏହି ଅଭିବୃଦ୍ଧି ଡକ୍ଟର ମହତାବଙ୍କ ସ୍ୱପ୍ନକୁ ନିଶ୍ଚୟ ସାକାର କରିବ।

ଆମ ସରକାରଙ୍କର ଯେଉଁ ସ୍ବପ୍ନ ଅଛି- ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଢିବା, ଏହାହିଁ ଡଃ ମହତାବଙ୍କ ଅମର ସ୍ମୃତିକୁ ଆମର ବଡ଼ ଭେଟି ହୋଇ ପାରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଥିଲେ।

ବିକଶିତ ଭାରତର ପ୍ରଥମ ସ୍ପର୍ଶ ଦେଇଥିଲେ ଡଃ ହରେକୃଷ୍ଣ ମହତାବ ଏବଂ ଓଡ଼ିଆ ସାହିତ୍ୟକୁ ଯୁବବର୍ଗଙ୍କ ମଧ୍ୟରେ ଆଦୃତ କରାଇଥିବା ମଣିଷ ହେଉଛନ୍ତି ଡଃ ମହତାବ ବୋଲି ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ କହିଥିଲେ।

ଭାରତ ବର୍ଷରେ ମହତାବଙ୍କ ଭଳି ବ୍ୟକ୍ତି ବିଶେଷ କେହି ନାହାନ୍ତି, ଯିଏ ୫ ଜଣ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି ଓ କେବଳ ପ୍ରଜାତନ୍ତ୍ର କି ମୀନାବଜାର ନୁହେଁ ଅନେକ ଲେଖା ତାଙ୍କର ଆଜି ଓଡ଼ିଆ ସାହିତ୍ୟକୁ ଜୀବନ୍ତ କରି ରଖିଛି। ରାଜନୀତି ଓ ସାହିତ୍ୟର ଏକ ଅପୂର୍ବ ଜ୍ଞାନ ଥିଲେ ଡ଼. ମହତାବ, ବୋଲି ପ୍ରସିଦ୍ଧ ସାହିତ୍ୟିକ ଶ୍ରୀ ଦାଶ ବେନହୁର କହିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡଃ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡଃ ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ।

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Latest News

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.