ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡିଶାର ସବୁଠୁ ବଡ଼ ରିୟାଲିଟି ଶୋ’ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ସମସ୍ତର ରାଉଣ୍ଡ ସରିଛି। ଏବେ ଏହି ରିୟାଲିଟି ଶୋ’ ର ଶେଷ ସୋପାନ ଅର୍ଥାତ ଗ୍ରାଣ୍ଡ ଫିନାଲେ ବାକି ଅଛି। ଯାହା ଆଜି ସନ୍ଧ୍ୟା ୬:୩୦ ଟିଭି ପରଦାରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବ। “ଓଡ଼ିଶାର ବେଷ୍ଟ ସିନେଷ୍ଟାରର ଖୋଜ” ହେଉଛି ଏକ ଅନନ୍ୟ ପ୍ରତିଭା ଖୋଜିବାର ପ୍ରୟାସ ଯାହା ଓଡ଼ିଶାର ପରବର୍ତ୍ତୀ ବଡ଼ ଅଭିନେତାକୁ ପରିଚୟ ଦେବ।
ଗ୍ରାଣ୍ଡ ଫିନାଲେ ବହୁ ଜାକ ଜମକରେ ସୁଟିଂ ହୋଇଥିଲା ଯେଉଁଥିରେ ଓଡିଆ ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରୀର ବହୁ ନାମୀ ଦାମୀ କଳାକାର ମାନେ ନିଜ କଳାର ପ୍ରଦର୍ଶନ କରିବା ସହ ପ୍ରତିଯୋଗୀ ମାନଙ୍କ ପ୍ରଦର୍ଶନକୁ ମଧ୍ୟ ଉପଭୋଗ କରିଛନ୍ତି। ପ୍ରତି ପ୍ରତିଯୋଗୀ ଏହି ଗ୍ରାଣ୍ଡ ଫିନାଲେରେ ନିଜର ଦମଦାର ପ୍ରଦର୍ଶନ ଦେଇଛନ୍ତି।
ଏହି ରିୟାଲିଟି ଶୋ ରେ ବିଭିନ୍ନ ନାଟକୀୟ ଦୃଶ୍ୟଠାରୁ ଆରମ୍ଭ କରି କମେଡି ଡ୍ରାମା ସହ ଆକ୍ସନ ସିକ୍ୱେନ୍ସ ପର୍ଯ୍ୟନ୍ତ, ନିଜର ପ୍ରତିଭା ଦ୍ୱାରା ଏହି ମଞ୍ଚକୁ ଜୀବନ୍ତ କରିବେ ପ୍ରତିଯୋଗୀ। ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ନିଜର କଳା ପ୍ରଦର୍ଶନ କରିଛନ୍ତି ତେବେ ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ଜଣେ ଅଭିନେତା ଓ ଅଭିନେତ୍ରୀ ବିଜୟୀ ମୁକୁଟ ପିନ୍ଧିବେ ଯିଏ ପାଇବେ ବଡ ସ୍କ୍ରିନକୁ ପ୍ରବେଶ କରିବାର ବଡ ସୁଯୋଗ । ସେମାନଙ୍କୁ ଆଗାମୀ ଜୀ ସାର୍ଥକ ଫିଲ୍ମସ ଓ ମ୍ୟୁଜିକ ଭିଡିଓରେ ମୁଖ୍ୟ କଳାକାର ଭାବରେ ଲଞ୍ଚ ହେବେ।
“ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ବିଚାରକ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଶ୍ରୀତମ, ଲିପି ଏବଂ ନମ୍ରତା ଥାପ୍ପା ରହିଛନ୍ତି । ଉପସ୍ଥାପନା ଦାୟିତ୍ୱ ତୁଲାଉଛନ୍ତି ଅଭିନେତ୍ରୀ ଅନନ୍ୟା ଏବଂ ଅଭିନେତା ରଞ୍ଜନ । ଗ୍ରାଣ୍ଡ ଫିନାଲେରେ ଓଡ଼ିଶାର ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ସ୍ଵରାଜ ବାରିକ, ଶିବାନୀ ସଙ୍ଗୀତା, ସୁଜିତ, ଅସୀମା ପଣ୍ଡା, କୁଲଦୀପ ଓ ଗୌରବଙ୍କ ଆନନ୍ଦ ପରି ନାମୀ ଦାମୀ କଳାକାର ଯୋଗ ଦେଇ ପ୍ରତିଯୋଗୀଙ୍କ ସହ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହି ଶୋ ପ୍ରତ୍ୟେକ ଶନିବାର ଓ ରବିବାର, ରାତି ୯:୩୦ରୁ କେବଳ ଜୀ ସାର୍ଥକରେ ପ୍ରସାରିତ ହୋଇଛି ।
ଓଡ଼ିଆ ସଂସ୍କୃତି, କଳା ଓ ଅଭିନୟକୁ ଆଗକୁ ନେବା ପାଇଁ ଜୀ ସାର୍ଥକ ସବୁବେଳେ ଚେଷ୍ଟାରତ, ତେଣୁ ଆମ ସହିତ ଯୋଡି ହୋଇ ରୁହନ୍ତୁ ଓ ଚ୍ଯାନେଲର ଏହି ପ୍ରୟାସକୁ ଆଉ ପାଦେ ଆଗକୁ ନେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ଶ୍ରୀ ରାହୁଲ ରାଓ।


