ଜିଏସ୍‌ଟି ଠକେଇ ଅଭିଯୋଗରେ ବ୍ୟବସାୟୀ ଗିରଫ

Published: Aug 8, 2019, 4:46 pm IST

ଜିଏସଟି ଠକେଇ ଅଭିଯୋଗରେ ଆଜି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେ ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇ ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବାରୁ ଲୁଧିଆନା ପୋଲିସ ତାଙ୍କୁ ବଲାଙ୍ଗୀରରୁ ଗିରଫ କରିଛି । ରାଜ୍ୟ ଜିଏସଟି କମିଶନ ନିର୍ଦ୍ଦେଶକ୍ରମେ ଆଜି ଲୁଧିଆନା ପୋଲିସ ଚଢାଉ କରି ଜିଏସଟି ଠକେଇ ଅଭିଯୋଗରେ ଜଣେ ଓଡ଼ିଶାର ବ୍ୟବସାୟୀଙ୍କୁ ଗିରଫ କରିଛି  । ବ୍ୟବସାୟୀ ଜଣକ ହେଉଛନ୍ତି ଟିଟିଲାଗଡ଼ର ତୀର୍ଥଙ୍କର ପଟେଲ ।

Related posts