କୃଷିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା କାଳିଆ ଯୋଜନାର ଅବଧିରେ ବୃଦ୍ଧି ଘଟାଯାଇଛି । ଆସନ୍ତା 5 ବର୍ଷ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । କୃଷି ଏବଂ କୃଷକ ଏବଂ ମହିଳା ଚାଷୀଙ୍କ ବିକାଶ ପାଇଁ ଏହି ଯୋଜନା ଆସନ୍ତା 5 ବର୍ଷ ପାଇଁ ଲାଗୁ କରାଯିବା ନେଇ କୃଷି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ କୃଷି ଯୋଜନା 2019 ଅନୁଯାୟୀ ଶୁକ୍ରବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ଏହି ଯୋଜନାରେ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯିବା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ତିନିଦିନ ପୂର୍ବରୁ ଏହି ଯୋଜନାରେ ରହିଥିବା ଅଯୋଗ୍ୟ ହିତାଧିକାରୀଙ୍କ ନାମ କଟାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଥିଲେ । ଏହି ଯୋଜନାରେ ସମୁଦାୟ 51 ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ଏହା ମଧ୍ୟରୁ 37 ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରହିଛନ୍ତି ଏବଂ 14 ଲକ୍ଷ ଭୂମିହୀନ କୃଷକ ରହିଛନ୍ତି ।
Tags: