ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦ ଉପରେ ସୁପ୍ରିମ୍କୋର୍ଟର ଶୁଣାଣି ଜାରି ରହିଛି । ସର୍ବୋଚ୍ଚ ଅଦାଲତ ନିଜର ପରମ୍ପରାକୁ ଭାଙ୍ଗି ଏହି ମାମଲାକୁ ସପ୍ତାହ ସମସ୍ତ ୫ଟି କାର୍ଯ୍ୟଦିବସରେ ଶୁଣାଣି କରିବେ ବୋଲି ଗତକାଲି ନିଷ୍ପତ୍ତି ନେଇଥିଲେ । ତେବେ ଏହାକୁ ସୁନ୍ନୀ ଓ୍ବାକ୍ଫ ବୋର୍ଡ ଏହା ଉପରେ ଅସମର୍ଥନ ଜାହିର କରିଛି । ଶୁକ୍ରବାର ଦିନ ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହେବା ବେଳକୁ ଏହାକୁ ନେଇ ସୁନ୍ନୀ ଓ୍ବାକ୍ପ ବୋର୍ଡର ଓକିଲ ମୁଖ୍ୟ ବିଚାରପତିଙ୍କ ଆଗରେ ନିଜର ପକ୍ଷ ରଖିଛନ୍ତି । ଶୁକ୍ରବାର ଦିନ ଶୁଣାଣୀ ଆରମ୍ଭ ସମୟରେ ମୁସଲିମ୍ ପକ୍ଷ ତାଙ୍କ ପକ୍ଷ ରଖି ଅପିଲ୍ କରିଛନ୍ତି ଯେ, ସପ୍ତାହର ସମସ୍ତ ପାଞ୍ଚ ଦିନ ଶୁଣାଣିରେ କୋର୍ଟକୁ ସାହାଯ୍ୟ କରିପାରିବେ ନାହିଁ। ସୁନ୍ନୀ ଓ୍ବାର୍କ ବୋର୍ଡ ତରଫରୁ ଓକିଲ ରାଜୀ ଧଓ୍ବନ ଅଦାଲତରେ କହିଛନ୍ତି ଯେ, ଏହା କେବଳ ଗୋଟିଏ ସପ୍ତାହର ମାମଲା ନୁହେଁ, ବରଂ ଏହା ଏକ ଦୀର୍ଘ ସମୟ ଧରି ଚାଲିବାକୁ ଥିବା ମାମଲା ଅଟେ । ତେଣୁ ସପ୍ତାହର ୫ଟି କାର୍ଯ୍ୟ ଦିବସରେ ହେବାକୁ ଥିବା ଶୁଣାଣିରେ ସୁନ୍ନୀ ବୋର୍ଡ ନିଜର ଅସମର୍ଥତା ପ୍ରକାଶ କରିଛି । ଗତ ଅଗଷ୍ଟ ୬ ତାରିଖରୁ ଅଯୋଧ୍ୟା ମାମଲାର ଦୈନିକ ଶୁଣାଣି ଆରମ୍ଭ ହୋଇଛି ।