Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ
ଜାତୀୟ ଖବର

କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ

December 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025
କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ

କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: ଦେଶର ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ 2025 ବର୍ଷରେ ସଶକ୍ତ କରିବା ଏବଂ ଗ୍ରାମୀଣ ଭାରତରେ ତୃଣମୂଳସ୍ତରର ପ୍ରଶାସନରେ ସୁଧାର ଆଣିବା କ୍ଷେତ୍ରରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବର୍ଷ ଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କ୍ଷମତା ନିର୍ମାଣ, ତାଲିମ, ଡିଜିଟାଲ୍ ଶାସନ, ସାଂସ୍ଥାଗତ ସୁଦୃଢ଼ୀକରଣ ଏବଂ ଜନଭାଗିଦାରୀ ଉପରେ କେନ୍ଦ୍ରିତ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିଥିଲା।

ପଞ୍ଚାୟତ-ସ୍ତରୀୟ ଯୋଜନା ଏବଂ ସେବା ପ୍ରଦାନରେ ଉନ୍ନତି, ନିର୍ବାଚିତ ପ୍ରତିନିଧିମାନଙ୍କୁ ସଶକ୍ତ କରିବା, ମହିଳା ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକଙ୍କ ଅଧିକ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ ଏହି ପଦକ୍ଷେପଗୁଡ଼ିକ ଦୀର୍ଘସ୍ଥାୟୀ ଗ୍ରାମୀଣ ବିକାଶରେ ପଞ୍ଚାୟତର କେନ୍ଦ୍ରୀୟ ଭୂମିକାକୁ ସୁଦୃଢ଼ ​​କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 18 ଜାନୁଆରୀ 2025ରେ ସ୍ୱାମୀତ୍ୱ ଯୋଜନାରେ 65 ଲକ୍ଷ ଗ୍ରାମୀଣ ନାଗରିକଙ୍କୁ ସେମାନଙ୍କ ଜମିର ଆଇନଗତ ଦସ୍ତାବିଜ ଗୋଟିଏ ଦିନରେ ହସ୍ତାନ୍ତର କରିଥିଲେ। ଏବେ ସୁଦ୍ଧା ସ୍ୱାମୀତ୍ୱ ଯୋଜନାରେ 1.82 ଲକ୍ଷ ଗ୍ରାମରେ 2.76 କୋଟି ସମ୍ପତ୍ତି କାର୍ଡ ବିତରଣ କରାଯାଇସାରିଛି।

ଏହି ଯୋଜନାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ମିଳିଛି। 24 ଏପ୍ରିଲ 2025ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ମଧୁବନୀ ଜିଲ୍ଲାରେ ଜାତୀୟ ପଞ୍ଚାୟତିରାଜ ଦିବସକୁ ଉଦଘାଟନ କରିବା ସହିତ 13 ହଜାର 480 କୋଟି ଟଙ୍କାର ଆବାସିକ, ଗ୍ରାମୀଣ ବିକାଶ, ଶକ୍ତି, ପରିବହନ ଏବଂ ଯୋଗାଯୋଗ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଭିନ୍ନ ପଞ୍ଚାୟତକୁ ପୁରସ୍କୃତ କରିଥିଲେ।

ପଞ୍ଚାୟତିରାଜ ମନ୍ତ୍ରଣାଳୟ ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ପଞ୍ଚାୟତିରାଜ ସହ ଜଡ଼ିତ ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି କରିଥିଲା। ଫୁଲେରା କା ପଞ୍ଚାୟତି ରାଜ ଶୀର୍ଷକ କାର୍ଯ୍ୟକ୍ରମ ଏହାର ଏକ ପ୍ରକୃଷ୍ଟ ଉଦାହରଣ। ଇଗ୍ରାମ ସ୍ୱରାଜ ଯୋଜନା ପଞ୍ଚାୟତଗୁଡ଼ିକର ଆର୍ଥିକ ପରିଚାଳନାକୁ ସୁଦୃଢ଼ କରିଥିଲା। ଏଥିରେ 2.52 ଲକ୍ଷ ପଞ୍ଚାୟତ ସାମିଲ ହେବା ସହିତ ହିତାଧିକାରୀ ଓ ବିକ୍ରେତାମାନଙ୍କୁ 34,573 କୋଟି ଟଙ୍କା ସ୍ୱଚ୍ଛ ଭାବେ ହସ୍ତାନ୍ତର କରିଥିଲେ।

ଅନଲାଇନ୍‌ ଅଡିଟ୍‌ ପ୍ରକ୍ରିୟା ପଞ୍ଚାୟତଗୁଡ଼ିକର ଆର୍ଥିକ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିଥିଲା। ଭାରତରେ ପଞ୍ଚାୟତଗୁଡ଼ିକ ପାଇଁ ମେରୀ ପଞ୍ଚାୟତ – ଏମପ୍ରଶାସନ ପ୍ଲାଟଫର୍ମକୁ ଡବ୍ଲୁଏସଆଇଏସ ଚାମ୍ପିଅନ୍‌ ସିପ୍‌ ପୁରସ୍କାର ମିଳିଥିଲା ଯାହାକି ଅନ୍ତର୍ଜାତୀୟ ସ୍ତରରେ ଏକ ସମ୍ମାନଜନକ ମାନ୍ୟତା ଥିଲା। 3 ହଜାରରୁ ଅଧିକ ଜନସଂଖ୍ୟାଥିବା 1,638ଟି ପଞ୍ଚାୟତରେ ନିଜସ୍ୱ ଗ୍ରାମ ପଞ୍ଚାୟତ ଭବନ ନିର୍ମାଣକୁ ମଞ୍ଜୁର କରାଯାଇଥିବା ବେଳେ ଓଡ଼ିଶା ଓ ପଞ୍ଜାବକୁ ସର୍ବାଧିକ 500 ଲେଖାଏଁ ପଞ୍ଚାୟତ ଭବନ ପାଇଁ ମଞ୍ଜୁରି ମିଳିଛି। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ 19,472ଟି କମ୍ପ୍ୟୁଟର ମଞ୍ଜୁର କରିବା ସହିତ ମନ୍ତ୍ରଣାଳୟ ଡିଜିଟାଲ ସଶକ୍ତିକରଣ ପାଇଁ ପଦକ୍ଷେପ ଗ୍ରହଣ କରିଛି।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗତ ମାର୍ଚ୍ଚ 3-4ରେ ଅନୁଷ୍ଠିତ ମହିଳା ପଞ୍ଚାୟତ ପ୍ରତିନିଧିମାନଙ୍କର ଜାତୀୟ କର୍ମଶାଳାରେ 12ଶହରୁ ଅଧିକ ମହିଳା ନେତ୍ରୀ ଯୋଗ ଦେଇତିଲେ। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଆଦର୍ଶ ମହିଳା ଅନୁକୂଳ ପଞ୍ଚାୟତ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସଶକ୍ତ ପଞ୍ଚାୟତ ନେତ୍ରୀ ଅଭିଯାନ ଅଧୀନରେ 44,421 ମହିଳା ନିର୍ବାଚିତ ପ୍ରତିନିଧିଙ୍କୁ ନେତୃତ୍ୱ, ପ୍ରଶାସନ ଏବଂ ଅଂଶଗ୍ରହଣକାରୀ ଯୋଜନା ପ୍ରସ୍ତୁତିରେ ତାଲିମ ଦିଆଯାଇଥିଲା।

ସେହିପରି ସକ୍ଷମ ପଞ୍ଚାୟତ ପ୍ରୟାସ ଅଧୀନରେ ପଞ୍ଚାୟତଗୁଡ଼ିକୁ ନିଜସ୍ୱ ଉତ୍ସରୁ ରାଜସ୍ୱ ଆୟ କରିବା ଏବଂ ଆତ୍ମନିର୍ଭର କରିବା ସକାଶେ 1,10,524 ନିର୍ବାଚିତ ପ୍ରତିନିଧି, ଅଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ତାଲିମ ଦିଆଯାଇଥିଲା। ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନକୁ 32ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ 1,316.27 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ପଞ୍ଚାୟତର ବ୍ୟବସ୍ଥା (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, 1996 (ପେସା ଆଇନ) ସମ୍ବିଧାନର ଭାଗ-9 ର ବ୍ୟବସ୍ଥାଗୁଡ଼ିକୁ 10 ଟି ରାଜ୍ୟର 77,564 ଗ୍ରାମ, 22,040 ପଞ୍ଚାୟତ ଏବଂ 45 ଟି ସମ୍ପୂର୍ଣ୍ଣ କଭର ହୋଇଥିବା ଏବଂ 63 ଟି ଆଂଶିକ କଭର ହୋଇଥିବା ଜିଲ୍ଲାର 664 ଟି ବ୍ଲକକୁ ସାମିଲ କରି ଅନୁସୂଚିତ ଅଞ୍ଚଳକୁ ବିସ୍ତାର କରିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ 10ଟି ରାଜ୍ୟକୁ ନେଇ ପେସା ମହୋତ୍ସବ ଆୟୋଜନ କରାଯାଇଥିଲା।

ଭାରତର ସର୍ବାଧିକ ଯୁବ ଜନସଂଖ୍ୟାକୁ ତୃଣମୂଳ ସ୍ତରର ଗଣତନ୍ତ୍ରରେ ସାମିଲ କରିବାର ଆବଶ୍ୟକତାକୁ ସ୍ୱୀକାର କରି ମନ୍ତ୍ରଣାଳୟ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ମଡେଲ ଯୁବ ଗ୍ରାମସଭା ଆରମ୍ଭ କରିଛି। ଏହି ପଦକ୍ଷେପ ଜବାହାର ନବୋଦୟ ବିଦ୍ୟାଳୟ ଏବଂ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ମଡେଲ ଗ୍ରାମ ସଭା/ଗ୍ରାମ ପଞ୍ଚାୟତ ବୈଠକ ପରିଚାଳନା କରିଥାଏ।

RajivRanjanSigh କେନ୍ଦ୍ର ପଞ୍ଚାୟତିରାଜ ବିଭାଗ ପଞ୍ଚାୟତିରାଜ ବିଭାଗ ରାଜୀବ ରଂଜନ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.