କେନ୍ଦ୍ର ସରକାର ଦେଶର ୧୭ଟି ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି କିନ୍ତୁ ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥାନକୁ ସ୍ଥାନିତ କରାଯାଇନାହିଁ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ରାଜ୍ୟର ସବୁ ବିଜେପି ସାଂସଦ ଏନେଇ ଚିଠି ଦେଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କ କୁ ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିବା ଦାବି କରିଛନ୍ତି ରାଜ୍ୟ ବିଜେପି ସାଂସଦମାନେ । ଉଲ୍ଳେଖନୀୟ ପର୍ଯ୍ୟଟନସ୍ଥଳୀ ସୂଚୀରେ କୋଣାର୍କ ଏବଂ ଜଗନ୍ନାଥ ମନ୍ଦିରକୁ ସ୍ଥାନ ଦେବା ନେଇ ସମୀକ୍ଷା କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟ୍ଟେଲଙ୍କୁ ସାଂସଦମାନେ ଅନୁରୋଧ କରିଛନ୍ତି ।
Tags: