ରଣପୁର: ରଣପୁର ମହାବିଦ୍ୟାଳୟର ୧୯୯୨ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ନେହମୟ ବନ୍ଧୁମିଳନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୩ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ମିଳନ ଉତ୍ସବ ଶିକ୍ଷା, ସ୍ମୃତି ଓ ଗୁରୁଭକ୍ତିର ଅମୂଲ୍ୟ ଦୃଶ୍ୟ ସୃଷ୍ଟି କରିଥିଲା।
ଏହି ଅବସରରେ ତତ୍କାଳୀନ ଅଧ୍ୟାପକମାନଙ୍କୁ ସମ୍ମାନ ଓ କୃତଜ୍ଞତାର ପ୍ରତୀକ ସ୍ୱରୂପ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମଟି ମନୋଜ ବିଶ୍ୱାଳ, ଭଗବାନ ପରିଡା ଓ ବିଳାସିନୀ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ପ୍ରାୟ ୪୦ ଜଣ ପୁରାତନ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ପୁରୁଣା ଦିନର ସ୍ମୃତି, କଲେଜ ଜୀବନର ଅନୁଭୂତି ଓ ଗୁରୁ–ଶିଷ୍ୟ ସମ୍ପର୍କର ମାଧୁର୍ୟକୁ ସ୍ମରଣ କରି ସ୍ମୃତି ରୋମନ୍ଥନ କରିଥିଲେ। ଆନନ୍ଦ, ଆତ୍ମୀୟତା ଓ ସମ୍ମାନର ଆବେଶରେ ଭରିଥିବା ଏହି ବନ୍ଧୁମିଳନ ସଭା ସମସ୍ତଙ୍କ ମନରେ ଆନନ୍ଦ ଭରି ଦେଇଥିଲା।


