ଦୀର୍ଘ ଦିନର ବାଦ ବିବାଦ ପରେ ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ ବିସିସିଆଇ ରାଷ୍ଟ୍ରୀୟ ଡୋପିଂ ନିରୋଧକ ସଂସ୍ଥା( ନାଡା) ଅଧିନକୁ ଆସିବା ନେଇ ସହମତି ପ୍ରଦାନ କରିଛି। କେନ୍ଦ୍ର ଖେଳ ସଚିବ ରାଧେଶ୍ୟାମ ଜୁଲାନିୟା ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ସହ ଶୁକ୍ରବାର ଦିନ ସାକ୍ଷାତ କରିବା ପରେ ଖେଳ ସଚିବ କହିଛନ୍ତି ଯେ, ନାଡାର ଡୋପିଂ ନିରୋଧକ ନୀତି ପାଳନ କରିବାକୁ ବୋର୍ଡ ଲିଖିତରେ ଆକାରରେ ସହମତି ପ୍ରଦାନ କରିଛି । ପୂର୍ବରୁ ଆଇସିସିର ନିର୍ଦ୍ଦେଶ ସତ୍ତ୍ବେ ବିସିସିଆଇ ନିଜ ପକ୍ଷରୁ ଡୋପିଂ ପରୀକ୍ଷଣ କରାଉଥିଲା ।
Tags: