ଦିଲ୍ଲୀର ତିଶ ହଜାରି କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଧାୟକ କୂଳଦୀପ ସିଂ ସେନ୍ଗାରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତାଙ୍କ ବିରୋଧରେ ସାକ୍ଷୀ ରହିଥିବା କୋର୍ଟ ଜାଣିବାକୁ ପାଇଛନ୍ତି । ଏପରିକି ସେଙ୍ଗରଙ୍କ ବିରୋଧରେ ପୋକ୍ସୋ ଆକ୍ଟ 120 ବି ଆଧାରରେ ମମାଲା ଦାଏର କରାଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଭିତି କରି ଅଭିଯୁକ୍ତ ବିଧାୟକ କୂଳଦୀପ ସିଂହ ସେନ୍ଗାରଙ୍କୁ ଦିଲ୍ଲୀରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ଜଜ୍ ଧର୍ମେଶ ସିଂ ଏହି ମାମଲାର ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି । ପୀଡିତାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତି କରାଯାଇଛି । ପୀଡିତାଙ୍କ ଓକିଲ ମଧ୍ୟ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
Tags: