Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀ ରେଳ ଷ୍ଟେସନରେ ବନ୍ଦେ ଭାରତ ସ୍ଲିପର ଟ୍ରେନ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ନୂଆଦିଲ୍ଲୀ ରେଳ ଷ୍ଟେସନରେ ବନ୍ଦେ ଭାରତ ସ୍ଲିପର ଟ୍ରେନ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ପରିବର୍ତ୍ତନଶୀଳ ସମ୍ପ୍ରସାରଣ କରୁଛି ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନ ଠାରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ନିରୀକ୍ଷଣ କରିଛନ୍ତି।

ନିରୀକ୍ଷଣ ସମୟରେ, କେନ୍ଦ୍ରମନ୍ତ୍ରୀ ସ୍ଲିପର୍ କୋଚ୍ ଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରିଥିଲେ। ଏଥିସହିତ ଆସନ ଏବଂ ବର୍ଥ ବ୍ୟବସ୍ଥା, ଆଧୁନିକ ଭିତର ସାଜସଜ୍ଜା, ସୁରକ୍ଷା ବୈଶିଷ୍ଟ୍ୟ ଏବଂ ଯାତ୍ରୀ ସୁବିଧା ଆଦିକୁ ସେ ଅନୁଧ୍ୟାନ କରିଥିଲେ । ଯାତ୍ରୀ ସୁରକ୍ଷା ଏବଂ ଟ୍ରେନରେ ଥିବା ବିଭିନ୍ନ ସୁବିଧାକୁ ସେ ବିଶେଷ ଭାବେ ନିରୀକ୍ଷଣ କରିଥିଲେ।

ଏହି ଟ୍ରେନର ସମସ୍ତ କୋଚରେ ସ୍ୱୟଂଚାଳିତ ଦ୍ୱାର ରହିଛି । ଏହାବ୍ୟତୀତ କବଚ ସୁରକ୍ଷା ବ୍ୟବସ୍ଥା, ଉନ୍ନତ ଅଗ୍ନି ନିର୍ବାପନ ସୁବିଧା, ଜୀବାଣୁନାଶକ ଜ୍ଞାନକୌଶଳ ଏବଂ ସିସିଟିଭି ନିରୀକ୍ଷଣ ଭଳି ବୈଶିଷ୍ଟ୍ୟ ଏଥିରେ ରହିଛି। ଉନ୍ନତ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ପାଣି ଛିଟାକୁ ରୋକିବା ପାଇଁ ଶୌଚାଳୟକୁ ଅଭିନବ ରୂପେ ଡିଜାଇନ୍ କରାଯାଇଛି। ଏସବୁ ବ୍ୟବସ୍ଥା ଯାତ୍ରୀଙ୍କ ଆରାମ ଏବଂ ପରିଚ୍ଛନ୍ନତା ଉପରେ ଭାରତୀୟ ରେଳବାଇର ଧ୍ୟାନକୁ ପ୍ରତିଫଳିତ କରିଥାଏ।

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଆସାମର ଗୌହାଟୀ ଏବଂ ପଶ୍ଚିମବଙ୍ଗର ହାଓଡା ମଧ୍ୟରେ ଚଳାଚଳ କରିବ। ଏହାସହିତ ଦେଶରେ ଦୀର୍ଘ ଦୂରଗାମୀ ରାତ୍ରୀକାଳୀନ ରେଳ ଯାତ୍ରା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ । ଟ୍ରେନର ପରୀକ୍ଷଣ, ଯାଞ୍ଚ ଏବଂ ପ୍ରମାଣପତ୍ରର ସମ୍ପୂର୍ଣ୍ଣ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଛି। ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ମାର୍ଗରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

କେନ୍ଦ୍ରମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଟ୍ରେନର ବୈଷୟିକ ଦିଗଗୁଡ଼ିକ ସମୀକ୍ଷା କରିଥିଲେ । ସେ କହିଥିଲେ, ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଟ୍ରେନ୍‌ର 16ଟି କୋଚ୍‌ ମଧ୍ୟରୁ 11ଟି ଏସି ଥ୍ରୀ ଟାୟର କୋଚ୍, 4ଟି ଏସି ଟୁ ଟାୟର କୋଚ୍ ଏବଂ ଗୋଟିଏ ଏସି ପ୍ରଥମ ଶ୍ରେଣୀ କୋଚ୍ ସାମିଲ ରହିଛି । ଏହି ଟ୍ରେନରେ ପ୍ରାୟ 823 ଜଣ ଯାତ୍ରୀ ଏକକାଳୀନ ଯାତ୍ରା କରିପାରିବେ। ଏହାକୁ ଉନ୍ନତ ସସପେନସନ୍ ସିଷ୍ଟମ୍, ଏର୍ଗୋନୋମିକ୍ ଇଣ୍ଟେରିୟର ଏବଂ ଉଚ୍ଚତମ ସ୍ୱଚ୍ଛତା ମାନଦଣ୍ଡ ସହିତ ଉତ୍କୃଷ୍ଟ ଓ ଆରାମଦାୟକ ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି।

ବନ୍ଦେ ଭାରତ ସ୍ଲିପର୍ ଟ୍ରେନରେ ଯାତ୍ରୀମାନେ ଯାତ୍ରା ସମୟରେ ସ୍ଥାନୀୟ ଅଞ୍ଚଳର ଖାଦ୍ୟ ଉପଭୋଗ କରିବେ। ଗୌହାଟୀରୁ ଆରମ୍ଭ ହେଉଥିବା ଟ୍ରେନ୍‌ରେ ଅସଲି ଆସାମୀ ଖାଦ୍ୟ ଉପଲବ୍ଧ ହେବ। ଅନ୍ୟପଟେ କୋଲକାତାରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍‌ରେ ପାରମ୍ପରିକ ବଙ୍ଗଳା ସୁସ୍ୱାଦୁ ଖାଦ୍ୟ ପରିବେଷଣ କରାଯିବ। ଏହାଦ୍ୱାରା ଯାତ୍ରୀମାନେ ଏକ ସୁଖଦ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଭୋଜନ ଅଭିଜ୍ଞତା ପାଇପାରିବେ।

ଘଣ୍ଟା ପ୍ରତି 180 କିଲୋମିଟର ପର୍ଯ୍ୟନ୍ତ ବେଗରେ ଯାତ୍ରା କରିବା ଲାଗି ନିର୍ମିତ ସେମି-ହାଇ-ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ସ୍ଲିପର୍ ଦ୍ରୁତ ଯାତ୍ରା ସହିତ ଆଧୁନିକ ସୁବିଧା ଯୋଗାଇ ଦେବ। ଏହା ଯାତ୍ରୀ-କୈନ୍ଦ୍ରିକ ସେବା ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ଉପରେ ଭାରତୀୟ ରେଳବାଇର ଗୁରୁତ୍ୱକୁ ପ୍ରତିଫଳିତ କରିଥାଏ।

ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ ରେଳ ଷ୍ଟେସନ ବନ୍ଦେ ଭାରତ ସ୍ଲିପର ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.