ଆଜି କଂଗ୍ରେସର କାର୍ଯ୍ୟକମିଟି ବୈଠକରେ କଂଗ୍ରେସକୁ ନୂତନ ଅଧ୍ୟକ୍ଷ ମିଳିବ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ପାର୍ଟିକୁ ନୂତନ ଅଧ୍ୟକ୍ଷ କିଏ ହେବ ସେନଇ ଅଙ୍କ କଷା ଚାଲିଛି । ପାର୍ଟିର ନୂତନ ଅଧ୍ୟକ୍ଷକୁ ନେଇ ମୁକୁଲ ବାସନିକ, ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗହଲୋତ, ସୁଶୀଲ କୁମାର ସିନ୍ଦେ ସମେତ କିଛି ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ଏ ସମସ୍ତ ନେତାଙ୍କ ମଧ୍ୟରେ ମୁକୁଲ ବାସନିକଙ୍କ ନାମ ସର୍ବାଗ୍ରେ ରହିଛି । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳର ନେତୃତ୍ବ ପ୍ରତି ଏକ ବିରାଟ ସଂକଟ ସୃଷ୍ଟି ହୋଇଥିଲା । ସମ୍ପ୍ରତି ଧାରା ୩୭୦ ସମେତ କିଛି ପ୍ରସଙ୍ଗରେ ପାର୍ଟିର ନେତା ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି । କିଛି ନେତା ଧିରେ ଧିରେ ପାର୍ଟି ଛାଡୁଛନ୍ତି । ରାହୁଲଙ୍କ ଇସ୍ତଫା ପରେ ଦଳର ଅନେକଗୁଡ଼ିଏ ବୈଠକ ମଧ୍ୟ ଆୟୋଜନ ହୋଇଛି । ମାତ୍ର କଂଗ୍ରେସକୁ ଅଧ୍ୟକ୍ଷ ମିଳିପାରି ନାହିଁ । ଦଳର ବରିଷ୍ଠ ନେତା ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପୂର୍ବରୁ ପାର୍ଟିର ଅଧ୍ୟକ୍ଷ ଦାୟିତ୍ବ କୌଣସି ଯୁବ ନେତୃତ୍ବ ହାତରେ ରହିବା ଉଚିତ୍ ବୋଲି କହିଥିଲେ । ତେବେ ଆଜି ଏନେଇ ସମସ୍ତ କଳ୍ପନାଜଳ୍ପନା ଅନ୍ତ ଘଟିବ । ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।
ଆଜି କଂଗ୍ରେସର କାର୍ଯ୍ୟକମିଟି ବୈଠକ : ଘୋଷଣା କରାଯିବ ଦଳର ନୂତନ ଅଧ୍ୟକ୍ଷ
Published:
Aug 10, 2019, 9:09 am IST
Tags: