ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ରୁଷ୍ ସମର୍ଥନ କରିଛି । ରୁଷର ବିଦେଶ ମନ୍ତ୍ରାଳୟ କହିଛି ଯେ, ଭାରତ ଜମ୍ମୁକାଶ୍ମୀର ଯାହା କିଛି ପରିବର୍ତ୍ତନ କରିଛି, ତାହା ଭାରତର ସମ୍ବିଧାନ ଅନୁସାରେ ହିଁ କରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ସ୍ଥିର ରହୁ । ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇଦେଶ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତୁ । ଜମ୍ମୁ-କାଶ୍ମୀରର ଏହି ପରିବର୍ତନ କୌଣସୀ ତିକ୍ତକା ବୃଦ୍ଧି କରିବ ନାହିଁ ବୋଲି ଋଷ କହିଛି । ସୂଚନାଯୋଗ୍ୟ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବ୍ୟସ୍ତ ବିବ୍ରତ ହୋଇପଡିଛି । ଏହି ଘଟଣାକୁ ଅନ୍ତର୍ଜାତୀୟ ସମୁଦାୟରେ ଉଠାଇଥିବାବେଳେ ତା’କୁ ଅନ୍ୟ ରାଷ୍ଟ୍ରମାନଙ୍କର ସମର୍ଥନ ମିଳିପାରିନାହିଁ । ପୂର୍ବରୁ ଏହି ବିଷୟକୁ ନେଇ ଆମେରିକା ଓ ଚୀନ୍ ପାକିସ୍ତାନକୁ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବାବେଳେ ଆଜି ରୁଷ୍ ଭାରତକୁ ସମର୍ଥନ କରିବା ପରେ ପାକିସ୍ତାନକୁ ଆଉ ଏକ ଝଟ୍କା ଲାଗିଛି ।
Tags: