ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୪ରେ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୁନୀଲ୍ କୁମାର ନାୟକ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ବର୍ତ୍ତମାନ ୬୧୦. ୩୯ଫୁଟରେ ପହଂଚିଲାଣି । ଡ୍ୟାମକୁ ୧ଲକ୍ଷ ୮୩ହଜାର ୬୧୫ କୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୬ହଜାର ୯୨୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆସନ୍ତା ୧୪ରେ ବର୍ଷାର ସ୍ଥିତି ଦେଖି କେତୋଟି ଗେଟ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।
Tags: