Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ
ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ।

ଏହି ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସ୍ବର୍ଣ୍ଣ ବିଜେତା ମାନଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା କ୍ୟାସ୍ ପ୍ରାଇଜ ଓ ମାନପତ୍ର ଦିଆଯାଇଥିଲା।

ସେ ପୁଣି କହିଥିଲେ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ପାଇଁ ଏବଂ ଅର୍ଥନୈତିକ ଉନ୍ନତି ପାଇଁ ଦକ୍ଷତା ଜରୁରୀ ଆବଶ୍ୟକ। ଆମର ମୂଳଲକ୍ଷ୍ୟ ହେଉଛି ଲୋକଙ୍କୁ ସଶକ୍ତ କରିବା। ଆମର ଯୁବବର୍ଗ ଯେତେ ପରିମାଣରେ ଦକ୍ଷ ହେବେ, ଆତ୍ମବିଶ୍ବାସୀ ହେବେ, ସେମାନେ ନିଜର ଭବିଷ୍ୟତକୁ ଉଜ୍ଜ୍ବଳ କରି ଗଢି ପାରିବେ। ଯାହା ୨୦୩୬ ସମୃଦ୍ଧ ଓଡିଶା ଏବଂ ୨୦୪୭ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିପାରିବ। ଯୁବବର୍ଗଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେଲେ, ଓଡିଶାର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଶିଳ୍ପାୟନ ଲକ୍ଷ୍ୟର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି- ଭିତ୍ତିଭୂମି, ଶିଳ୍ପ ସ୍ଥାପନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଦକ୍ଷତା। ଏ ସବୁ କ୍ଷେତ୍ରକୁ ସୁଦୃଢ଼ କରି ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ଇକୋ-ସିଷ୍ଟମକୁ ଶ୍ରେଷ୍ଠ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି। ଗତ ୧୮ ମାସ ମଧ୍ୟରେ ୬.୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଯାହାଦ୍ୱାରା ୩ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ।

ସେ ଆହୁରି କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। କ୍ୟାବିନେଟରେ ଉତ୍କର୍ଷ ITI ସ୍କିମକୁ ଅନୁମୋଦନ କରାଯାଇଛି। ରାଜ୍ୟର ୪୭ ଟି ITI କୁ ସେଣ୍ଟର ଅଫ୍ ଏକସେଲନ୍‌ସରେ ପରିଣତ କରିବା ସହିତ ଏଠାରେ ଭିତ୍ତିଭୂମିରେ ଉନ୍ନତି ଏବଂ ଅତ୍ୟାଧୁନିକ ସ୍କିଲ ମାଧ୍ୟମରେ ଟ୍ରେନିଂ ଦିଆଯାଇ ପାରିବ ବୋଲି ସେ କହିଥିଲେ। ସେହିପରି କୃତିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ରାଜ୍ୟର ୯ଟି ITIରେ AI Laboratory ଖୋଲାଯାଉଛି।

ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ, ଓଡିଶା ଦକ୍ଷତା ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ନୂତନ ଓଡିଶାର ସାମୂହିକ ଆକାଂକ୍ଷାକୁ ପ୍ରଦର୍ଶନ କରୁଛି। ଏହା ପ୍ରତିଭା ଚିହ୍ନଟ, ଉତ୍କର୍ଷତାକୁ ପ୍ରୋତ୍ସାହନ ଏବଂ ବୃହତ୍ ଜାତୀୟ ଓ ଅନ୍ତର୍ଜାତୀୟ ସୁଯୋଗ ଦେଇପାରିଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ, ବିଭାଗୀୟ କମିଶନର ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଦକ୍ଷତା ପ୍ରତିଯୋଗିତା ମୋହନ ଚରଣ ମାଝୀ ସମାପନୀ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Police Recruitment 2026: ୭୨୬୮ ପଦବୀ, ଗୋଟିଏ ପରୀକ୍ଷା!

October 23, 2026

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲେ ଓଡ଼ିଶା ସରକାର

October 23, 2026

ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି

October 23, 2026

୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

October 23, 2026
Latest News

ପରବିନ୍ଦର ଅୱାନା ବିସିସିଆଇ ଜୁନିୟର୍ ଚୟନ କମିଟିର ନୂତନ ଅଧ୍ୟକ୍ଷ

October 24, 2026

ଦିଲ୍ଲୀ ହାଇକୋର୍ଟରେ ନେହା ବୋରାଙ୍କ ରିଟ୍ ପିଟିସନ୍ ଖାରଜ

October 24, 2026

ନଭେମ୍ବରରେ ୟୁଏଇରେ ପୁତିନ୍‌, ଟ୍ରମ୍ପ୍ ଏବଂ ଜେଲେନ୍‌ସ୍କିଙ୍କ ତ୍ରିପାକ୍ଷିକ ଆଲୋଚନା

October 24, 2026

ତାଇୱାନରେ ବାତ୍ୟା ‘ଚାମ୍ପି’ର ତାଣ୍ଡବ: ୧୦୦୦ ବିମାନ ଉଡ଼ାଣ ବାତିଲ

October 24, 2026

୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.