Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି
ଆଜିର ଖବର

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

January 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ପ୍ଲାଟଫର୍ମସ
ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

ମୁମ୍ବାଇ / ଭୁବନେଶ୍ୱର: ଦେଶର ସର୍ବବୃହତ ଦୂରସଂଚାର ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ଼ର ନେଟ ଲାଭ ୨୦୨୫-୨୬ ଆର୍ôଥକ ବର୍ଷର ତୃତୀୟ ତ୍ରୈମାସିକରେ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୧.୩ ପ୍ରତିଶତ ବୃଦ୍ଧି ପାଇ ୭୬୨୯ କୋଟି ଟଙ୍କା ହୋଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଘୋଷଣା କରାଯାଇଥିବା ଆର୍ôଥକ ଫଳାଫଳରେ ଏହି ସୂଚନା ଦିଆଯାଇଛି । ଜିଓ ପ୍ଲାଟଫର୍ମସର ଡିଜିଟାଲ ସେବା ମୋଟ ରାଜସ୍ୱ ଗତବର୍ଷ ସମାନ ଅବଧି ତୁଳନାରେ ୧୨.୭ ପ୍ରତିଶତ ବୃଦ୍ଧି ପାଇ ୪୩,୬୮୩ କୋଟି ଟଙ୍କା ହୋଇଥିବା ଜଣାପଡିଛି।

ଡିସେମ୍ବର ୨୦୨୫ ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୫୧ କୋଟି ୫୩ ଲକ୍ଷ ଅତିକ୍ରମ କରିବା ସହିତ ଜିଓ ୫ଜି ଗ୍ରାହକ ସଂଖ୍ୟା ୨୫ କୋଟି ୩୦ ଲକ୍ଷ ଅତିକ୍ରମ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ସେହିଭଳି ଜିଓ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୨.୫୩ କୋଟି ଅତିକ୍ରମ କରିଥିବା ବେଳେ ଜିଓଏୟାରଫାଇବର ଏକ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିବାରେ ବିଶ୍ୱରେ ପ୍ରଥମ ଏଫଡବ୍ଲୁଏ ସେବା ପ୍ରଦାନକାରୀ ହେବାର ଗୌରବ ହାସଲ କରିଛି। ଡ଼ିସେମ୍ବର ଶେଷ ସୁଦ୍ଧା ଜିଓଏୟାରଫାଇବର ଗ୍ରାହକ ସଂଖ୍ୟା ୧୧ କୋଟି ୧୫ ଲକ୍ଷ ଅତିକ୍ରମ କରିଛି। ଚଳିତ ଆର୍ôଥକ ବର୍ଷର ତୃତୀୟ ତ୍ରୈମାସିକରେ ଜିଓର ପ୍ରତି ଗ୍ରାହକ ପିଛା ମାସିକ ଡାଟା ବ୍ୟବହାର ଗତବର୍ଷ ସମାନ ସମୟ ତୁଳନାରେ ୩୪ ପ୍ରତିଶତ ବୃଦ୍ଧି ସହିତ ୪୦.୭ ଜିବିକୁ ବୃଦ୍ଧି ପାଇଛି। ଏହି ତ୍ରୈମାସିକରେ ଜିଓ ପକ୍ଷରୁ ଜିଓ-ଜେମିନି ଅଫର ଆରମ୍ଭ କରାଯାଇଛି ଏବଂ ସମସ୍ତ ଅସୀମିତ ୫ଜି ଉପଭୋକ୍ତାଙ୍କ ପାଇଁ ଏହାକୁ ମାଗଣା ଉପଲବ୍ଧ କରାଯାଇଛି।

ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ ଆକାଶ ଏମ୍ ଅମ୍ବାନୀ କହିଛନ୍ତି, “ଜିଓ ଭାରତୀୟ ଉପଭୋକ୍ତାଙ୍କ ପାଖରେ ବିଶ୍ୱର ସର୍ବୋତ୍ତମ ପ୍ରଯୁକ୍ତି ପ୍ଲାଟଫର୍ମ ଉପଲବ୍ଧ କରାଇବା ସହିତ ଭାରତର ଡିଜିଟାଲ୍ କ୍ରାନ୍ତିର ବାହକ ହୋଇଛି । ଜିଓର ୫୦ କୋଟିରୁ ଅଧିକ ଗ୍ରାହକ ସଂଖ୍ୟା, ଗ୍ରାହକକୈନ୍ଦ୍ରିକ ସେବା ଅଏବଂ ସାରା ଦେଶରେ ବିସ୍ତୃତ ନେଟୱାର୍କ ରିଲାଏନ୍ସ ଇଣ୍ଟେଲିଜେନ୍ସକୁ ଭାରତକୁ ଏଆଇ-ସକ୍ଷମ ସହିତ ଏଆଇ-ସଶକ୍ତ କରିବା ପାଇଁ ଏହାର ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ, ଯାହା ଦ୍ୱାରା ପ୍ରତ୍ୟେକ ନାଗରିକ ଏବଂ ଉଦ୍ୟୋଗ ଏଆଇ ଉପକରଣ (ଟୁଲସ) ଜରିଆରେ ନୂତନ ସୃଷ୍ଟି, ନବସୃଜନ ଏବଂ ଅଭିବୃଦ୍ଧି ହାସଲ କରିପାରିବେ। ଏହା ଆଗାମୀ ବର୍ଷଗୁଡ଼ିକରେ ସମସ୍ତ ସେୟାରହୋଲଡ଼ରମାନଙ୍କ ପାଇଁ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟିକୁ ତ୍ୱରାନ୍ୱିତ କରିବ।”

ଆଜି ଘୋଷଣା କରାଯାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ତ୍ରୈମାସିକ ଆର୍ôଥକ ଫଳାଫଳ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ଗତ ବର୍ଷ ସମାନ ଅବଧି ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇ ୨୯୩,୮୨୯ କୋଟି ଟଙ୍କା ହୋଇଛି ।

ଜିଓ ପ୍ଲାଟଫର୍ମସ ଡିଜିଟାଲ ସେବା ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି
Share. Facebook Twitter LinkedIn Email WhatsApp Copy Link

Related Posts

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.