ଭୁବନେଶ୍ଵର: ୧୦ ଟି ନାରୀ ଅଦାଲତର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି। ଏହା ମାଧ୍ୟମରେ ଗାଁ ଗହଳିରେ ଉପୁଜୁଥିବା ଛୋଟଛୋଟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ହୋଇପାରିବ। ଫଳରେ ଥାନା ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ଚାପ କୋହଳ ହେବ ବୋଲି ଶ୍ରୀ ହରିଚନ୍ଦନ ମତ ପ୍ରକାଶ କରିଛନ୍ତି।


