ଭୁବନେଶ୍ଵର: ମାଓମୁକ୍ତ ଭାରତ ଅଭିଯାନରେ ରାୟଗଡ଼ା ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ଭାବେ ପରିଚିତ ନିରଞ୍ଜନ ରାଉତ ଓରଫ ନିଖିଲ ସମେତ ୧୫ ଜଣ ମାଓ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦଳରେ ନିଖିଲଙ୍କ ପତ୍ନୀ ଇନ୍ଦୁ ଓରଫ ଅଙ୍କିତାଙ୍କ ସମେତ ୭ ଜଣ ମହିଳା କ୍ୟାଡର ରହିଛନ୍ତି। ପୁଲିସ ନିକଟରେ ଆତ୍ମ ସମର୍ପଣ କରିବା ସକାଶେ ନିଖିଲ ଏବଂ ପତ୍ନୀ ଇନ୍ଦୁ ୪ ଟି ସର୍ତ୍ତ ରଖିଥିଲେ।
ନିଜର ଅନ୍ୟ କ୍ୟାଡର ଏବଂ ଅସ୍ତ୍ରଶସ୍ତ୍ର ସହିତ ସେମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି। ନିଖିଲର ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବା ବେଳେ ପତିପତ୍ନୀ ଦୁହେଁ ଦୀର୍ଘ ଦିନ ଧରି ବଂଶଧାରା-ନାଗାବଳୀ-ଘୁମୁସର ମାଓଡିଭିଜନ୍ ସହ ଜଡ଼ିତ ହୋଇ କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ସକ୍ରିୟ ଥିଲେ।


