Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଦେଶବାସୀଙ୍କ ସେବା କରିବା ପାଇଁ ନିଜର ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି। ଏହି ଅବସରରେ ସେ ‘ନାଗରିକ ଦେବୋ ଭବ’ର ପବିତ୍ର ଭାବନାକୁ ଏହାର ମାର୍ଗଦର୍ଶକ ଶକ୍ତି ଭାବରେ ଆଲୋକପାତ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, ସେବା ତୀର୍ଥର ଲୋକାର୍ପଣ ଜନସେବା ଏବଂ ନାଗରିକଙ୍କ କଲ୍ୟାଣ ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସେବା ତୀର୍ଥ’ କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ନୀତି ଲାଗି ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଏବଂ ଶକ୍ତିଶାଳୀ ପ୍ରତୀକ ଭାବରେ ଠିଆ ହୋଇଛି।

ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ। ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା  ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ଦେଶବାସୀଙ୍କୁ ସେବା କରିବାର ଅତୁଟ ସଂକଳ୍ପ ସହିତ ଏବଂ ନାଗରିକ ଦେବୋ ଭବ ର  ପବିତ୍ର ଭାବନା ନେଇ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଲା।

‘ସେବା ତୀର୍ଥ’ କର୍ତ୍ତବ୍ୟ, କରୁଣା ଏବଂ ଭାରତ ପ୍ରଥମ ନୀତି ଲାଗି ଆମ ପ୍ରତିବଦ୍ଧତାର ଏକ ଶକ୍ତିଶାଳୀ ଉଦାହରଣ।

ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ ତଥା ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା  ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ମୁଁ ଆଶା କରୁଛି।’’

‘ନାଗରିକ ଦେବୋ ଭବ’ ‘ସେବା ତୀର୍ଥ’ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026

ଆଜି ଅକ୍ଷୟ ତୃତୀୟା, ଏହା କାହିଁକି ପାଳନ ହୁଏ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

April 20, 2026
Latest News

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.