Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଅପରାଧ

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନ୍ୟାୟିକ ପ୍ରକ୍ରିୟା
ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ଥାନା ଅର୍ନ୍ତଗତ ଦୟାପଲୀ ଗ୍ରାମରେ ଗତ ୨୦୧୨ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଚୁଡାନ୍ତ ରାୟ ଶୁଣାଇଛନ୍ତି। ଉକ୍ତ ମାମଲାରେ ୧୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ସେମାନେ ହେଲ କୈଳାଶ ଦାସ, ଦାଶରଥି ଦାସ, ସଦାନନ୍ଦ ଦାସ, ଆଲେଖ ଦାସ, ଅଭି ଦାସ, ରିଙ୍କୁ ଦାସ ଓ ଅମିନ୍ ଦାସ। ଏଥି ସହ ପ୍ରତ୍ୟେକଙ୍କୁ କୋର୍ଟ ନଗଦ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି।

ସୁଚନା ଅନୁଯାୟୀ, ଗତ ଫେବୃଆରୀ ୨୦୧୨ ମସିହାରେ ଶିବରାତ୍ରି ଉପଲକ୍ଷେ ବେଲମା ଜାତି ବ୍ୟକ୍ତି ବିଶେଷ ମନ୍ଦିରରେ ଆଲୋକ ସାଜସଜ୍ଜା କରୁଥିବା ବେଳେ ଅପର ପକ୍ଷର କିଛି ଲୋକ ସେମାନଙ୍କୁ ଗାଳି ଗୁଲଜ କରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପର ଦିନ ବେଲମା ଜାତିର କିଛି ଲୋକ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଯୁବକମାନେ ଉକ୍ତ ଲୋକଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ। ଯାହା ଫଳରେ ସାକା ପିତାମ୍ବର ନାମକ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଡି ପିତାମ୍ବର ଓ ସାକା ଦେବରାଜ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ ତତ୍କାଳୀନ ଥାନା ଅଧିକାରୀ ଅଜୟ କୁମାର ବାରିକ ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସମ୍ପୃକ୍ତ ୨୩ ଜଣକୁ ଗିରଫ କରିଥିଲେ।

ଉକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ଉକ୍ତ ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ନଗଦ ଏକ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଆଜୀବନ କାରାଦଣ୍ଡ ଦୟାପଲୀ ଗ୍ରାମ ହତ୍ୟାକାଣ୍ଡ ମାମଲା ହିଞ୍ଜିଳି ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚଳାଇବ ପୂର୍ବତଟ ରେଳପଥ

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026
Latest News

ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚଳାଇବ ପୂର୍ବତଟ ରେଳପଥ

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.