Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ
ଆଜିର ଖବର

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
State-Level Approval Committee Meeting on PMFME Scheme
State-Level Approval Committee Meeting on PMFME Scheme

ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ “ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ (ପିଏମଏଫଏମଇ) ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ଅନୁମୋଦନ କମିଟି ବୈଠକ ମଙ୍ଗଳବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାରଙ୍କ ପିଏମଏଫଏମଇ ଯୋଜନାର କାର୍ଯ୍ୟକାରିତା ଅବଧିକୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ମୂଳତଃ ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ଏକ ବର୍ଷ ପାଇଁ ସମ୍ପ୍ରସାରଣ କରାଯାଇଛି, ଯାହାଦ୍ବାରା ରାଜ୍ୟର ଅଧିକ ସଂଖ୍ୟକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ଉପକୃତ ହୋଇପାରିବେ।

ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁବା ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ ଆନୁଷ୍ଠାନିକୀକରଣ କରି ସେମାନଙ୍କୁ ସଂଗଠିତ କ୍ଷେତ୍ରରେ ସାମିଲ କରିବା । ଏଥିପାଇଁ ଉଦ୍ୟୋଗୀମାନଙ୍କୁ କ୍ରେଡିଟ୍ ଲିଙ୍କ୍ଡ ସବସିଡି ପ୍ରଦାନ କରାଯିବା ସହ ଏଫଏ ଏସଏସଏଆଇ ଲାଇସେନ୍ସ, ଉଦ୍ୟମ ପଞ୍ଜୀକରଣ ଏବଂ ଜି.ଏସ.ଟି ପଞ୍ଜିକରଣ କ୍ଷେତ୍ରରେ ବୈଷୟିକ ସହାୟତା ଓ ଆନୁଷଙ୍ଗିକ ସବିଧା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଅଂଶଧନ ୬୦:୪୦ ଅନୁପାତରେ ରହିଛି, ଯେଉଁଥିରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଜାତୀୟସ୍ତରରେ ଏବଂ ରାଜ୍ୟ ସ୍ତରରେ ଏମଏସଏମଇ ବିଭାଗ ସମନ୍ୱୟ ରନ୍ଧ ରକ୍ଷା କରି କାର୍ଯ୍ୟକାରୀ କରୁଛନ୍ତି ।

ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀଙ୍କ ବ୍ୟକ୍ତିଗତ ୟୁନିଟ୍ ସ୍ଥାପନ ସାମୂହିକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂ ଏବଂ ମାର୍କେଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଯୋଜନାର ଅବଧି ବୃଦ୍ଧି ହେବା ଫଳରେ ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ନିଜର ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ, ପ୍ୟାକେଜିଂ ଓ ବଜାର ସୁବିଧା ଉନ୍ନତ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କ ପାଇଁ ବହୁବିଧ ଆର୍ଥିକ ଏବଂ ବୈଷୟିକ ସୁବିଧା ସୁଯୋଗ ରହିଛି । ବ୍ୟକ୍ତିଗତ ଉଦ୍ୟୋଗୀମାନଙ୍କୁ ନୂତନ ୟୁନିଟ୍ ସ୍ଥାପନ କିମ୍ଵା ପୁରୁଣା ୟୁନିଟ୍ର ଆଧୁନୀକିକରଣ ପାଇଁ ୩୫% ହାରରେ କ୍ରେଡିଟ୍ ଲିଙ୍କ୍ଡ ସବସିଡି ପ୍ରଦାନ କରାଯାଉଛି, ଯାହାର ସର୍ବାଧିକ ସୀମା ୧୦ ଲକ୍ଷ ଟଙ୍କ ଟଙ୍କା ରହିଛି I ସେହିପରି ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟାଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଏବଂ କ୍ଷୁଦ୍ର ଯନ୍ତ୍ରପାତି କିଣିବ ପାଇଁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାରମ୍ଭିକ ଧନରାଶି ପୁଞ୍ଜି ( ସିଡ୍ କ୍ୟାପିଟାଲ) ଏବଂ ସର୍ବାଧିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ସାଧାରଣ ଭିତ୍ତିଭୂମି ଯଥା- କୋଲ୍ଡ ଷ୍ଟୋରେଜ୍, ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଲାବରେଟୋରୀ ସ୍ଥାପନ ପାଇଁ ୩୫% ପର୍ଯ୍ୟନ୍ତ ଅନୁଦାନ ବ୍ୟବସ୍ଥା ରହିଛି । ଏହି ସମସ୍ତ ସୁବିଧା ସହିତ ଉଦ୍ୟୋଗୀମାନଙ୍କୁ ମାର୍କେଟିଂ, ବ୍ରାଣ୍ଡିଂ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ସରକାରୀ ସହାୟତା ଯୋଗାଇ ଦିଆଯାଉଛି, ଯାହା ସେମାନଙ୍କୁ ପ୍ରତିଯୋଗିତାମୂଳକ ବଜାରରେ ନିଜର ସ୍ଥିତି ସୁଦୃଢ କରିବାରେ ସାହାଯ୍ୟ କରୁଛି ।

ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୩୧,୨୪୪ ଜଣ ସ୍ବୟଂ ସହାୟକ ଗୋଷ୍ଠୀ ହିତାଧି କାରୀ ସହାୟତା ପାଇଥିବା ବେଳେ ୧୧,୫୧୭ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ୩୪୩୭ ଜଣ ହିତାକାରୀ କ୍ରେଡିଡ୍ ଆଧାରିତ ସବସିଡି ପାଇଛନ୍ତି । ଯୋଜନାର କାର୍ଯ୍ୟକାରିତାରେ ଜାତୀୟସ୍ତରରେ ବାର୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଉଲ୍ଲେଖନୀୟ ରହିଛି । ପ୍ରମୁଖ ଉଲ୍ଲେଖନୀୟ ପ୍ରଦର୍ଶନ ମଧ୍ଯରେ ଓୟୁଏଟି ସହଯୋଗରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ଏକ ମତ୍ସ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଇନ୍କ୍ୟୁବେସନ ସେଣ୍ଟର ସ୍ଥାପିତ ହୋଇଛି । ମୟୁରଭଞ୍ଜର ଖୁଣ୍ଟା ବ୍ଲକରେ ଏକ ମିନିଟ୍ରାଇଫୁଡ୍ଜ୍ ଯୁନିଟ୍କୁ ସହାୟତା ଦିଆଯାଇଛି । ରାଜ୍ୟରେ ହାରାହାରି ଋଣ ଆକାରର ପରିମାଣ ୮.୨୫ ଲକ୍ଷ ଟଙ୍କା ରହିଛି, ଯାହା ଜାତୀୟ ହାର ୭.୫୦ ଲକ୍ଷ ଟଙ୍କାଠାରୁ ଅଧିକ । ସେହିପରି ଯୋଜନା ଅଧୀନରେ ପାଣ୍ଠି ବିନିଯୋଗ ହାର ମଧ୍ଯ ୯୪.୨୦ % ରହିଛି, ଯାହା ରାଜ୍ୟରେ ଯୋଜନାର ସଫଳ ରୂପାୟନକୁ ଦର୍ଶାଉଛି ।

ମୁଖ୍ୟ ଶାସନ ସଚିବ ପିଏମଏଫଏମଇ ଯୋଜନାର ସଫଳ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ବ ଦେଇ ମହିଳ ସ୍ବୟଂ ସହାୟକ ଗୋଷ୍ଠୀମାନେ କିପରି ଏସଏଚଜିରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ହୋଇପାରିବେ ଏବଂ ଯୁବକମାନେ ଯୁବଦ୍ୟୋଗୀ ହୋଇପାରିବେ, ସେଥି ନିମନ୍ତେ ବିଭିନ୍ନ ବିଭାଗ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମକୁ ସମ୍ମିଳିତ (କନଭରଜେନ୍ସ ମୋଡ)ରେ କାର୍ଯ୍ୟକାରୀ କରିବାକୁ ଏମଏସଏମଇ ବିଭାଗକୁ ଆବଶ୍ୟକ ସମନ୍ୱୟ ପାଇଁ ପରାମର୍ଶ ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ. ମୃଣାଳିନୀ ଦର୍ଶୱାଲ, କ୍ରୀଡ଼ା ଓ ଯୁବସେବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ଏବଂ ସଂପୃକ୍ତ ବିଭିନ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

PMFME Scheme State-Level Approval Committee ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026

ଆଜି ଫେବୃୟାରୀ ୨୬ ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

February 26, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026

ଆଜି ଫେବୃୟାରୀ ୨୬ ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

February 26, 2026

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.