ଧାରା 370 ଉଚ୍ଛେଦ ବିରୋଧରେ ମାମଲା ଶୁଣାଣି ଦୁଇ ସପ୍ତାହ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

Published: Aug 13, 2019, 3:07 pm IST

ଧାରା 370କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ବେଳେ ଏହା ବିରୋଧରେ କରାଯାଇଥିବା ମାମଲାକୁ ଦୁଇ ସପ୍ତାହ ଘୁଞ୍ଚାଇଛନ୍ତି । ମଙ୍ଗଳବାର ଦିନ କେନ୍ଦ୍ର ବିରୋଧରେ କରାଯାଇଥିବା ମାମଲାକୁ ଶୁଣାଣିକୁ ଘୁଞ୍ଚାଇଛନ୍ତି ଜଷ୍ଟିସ୍‌ ଅରୁଣ ମିଶ୍ରା, ଏମ୍‌ ଆର ଶାହ ଏବଂ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ । କଂଗ୍ରେସର ସାମାଜିକ କର୍ମୀ ତେହସାନ୍‌ ପୁନାଓ୍ବଲା ଜମ୍ମୁ କାଶ୍ମୀରରେ ଲଗା ଯାଇଥିବା କଟକଣା ଉଠାଇବା ପାଇଁ ଆବେଦନ କରିଥିଲେ । ସେହିପରି ଅନ୍ୟ ଏକ ମାମଲା କାଶ୍ମୀର ଟାଇମ୍ସର ସମ୍ପାଦକ ଅନୁରାଧା ଭାସିନ୍‌ ମଧ୍ୟ ଏକ ମାମଲା ଦାୟର କରିଥିଲେ । ଗଣମାଧ୍ୟମର ସ୍ବାଧୀନତା ଉପରେ ରୋକ୍‌ ଲଗାଯାଇଥିବା ନେଇ ଭାସିନ୍‌ ମାମଲା ରୁଜୁ କରିଥିଲେ ।

Related posts