ରେଢ଼ାଖୋଲ (କନ୍ଦର୍ପ ବେହେରା): ଗଂଜେଇ ଚୋରା ଚାଲାଣ କରୁଥିବା ସମୟରେ ରେଢ଼ାଖୋଲ ଥାନା ବଡ଼ବାହାଲ ଛକରୁ ଅବକାରୀ ବିଭାଗ ୪୦ କେଜି ଗଂଜେଇ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ୩ ଜଣ ହେଲେ ମଧ୍ୟ ପ୍ରଦେଶ ରାଜ୍ୟ ସାଗର ଜିଲ୍ଲା ଖୁରେଇ ଥାନା ଜରୁବୋଖେଡାର ବାହାରପୁର ଗ୍ରାମର ପ୍ରଭେସ ଅଇରଓଆର (୨୫), ମଧ୍ୟପ୍ରଦେଶ ରାଜ୍ୟ ସାଗର ଜିଲ୍ଲା ଖୁରେଇ ଥାନା କବିର୍ବାଦ ଗ୍ରାମର ବବଲୁ ଚୌଧୁରି (୪୨), ଝାରଖଣ୍ଡ ରାଜ୍ୟ ଲୋହାରଡାଗ ଜିଲ୍ଲା ଆକାଶ ଗ୍ରାମର ଅରମାନ ଆନସାରୀ (୧୯)।
ଫୁଲବାଣୀ ଜିଲ୍ଲାରୁ ଏକ ବସରେ ରେଢ଼ାଖୋଲ ପଟକୁ ଗଂଜେଇ ଆସୁଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ଆସି ବଡଵାହାଲ ଛକରୁ ଦୁଇଟି ବସ୍ତାରେ ଗଂଜେଇ ଥିବା ଜାଣିବାକୁ ପାଇଥିଲେ। ଏଥିରେ ସମ୍ପୃକି ଥିବା ୩ ଜଣଙ୍କୁ ଗିରଫ କରିଵା ସହ ଆଜି କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ଦୁର୍ବାଦଳ ବିଶ୍ୱାଳ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ମାନେ ଟ୍ରେନରେ ଗଂଜେଇ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତେ ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି।


