ସମୀକ୍ଷା ବ୍ୟୁରୋ
ଫନି ବାତ୍ୟା ପ୍ରପୀଡିତଙ୍କୁ ସାହାର୍ଯ୍ୟ କରିବା ପାଇଁ ଡିଏଭି ପରିଚାଳନା କମିଟ୍ ଆଗେଇ ଆସିଛି। ବାତ୍ୟାରେ କ୍ଷତିଗସ୍ତ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ କମିଟ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦୁଇ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ରାଜ୍ୟ ଲୋକସେବା ଭବନରେ କମିଟର ସଦସ୍ୟ ଏବଂ ଭୁବନେଶ୍ବର ଡିଏଭି ସ୍କୁଲର ପ୍ରିନସପାଲମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଚେକ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରୁ ଡିଏଭି କଲେଜ ପରିଚାଳନା କମିଟର ସଭାପତି ଡ ପୁନମ ସୁରୀ ଏବଂ ତାଙ୍କର ଧର୍ମପତ୍ନୀ ମଣି ସୁରୀ ଏବଂ ନିର୍ଦ୍ଦେଶକ ଡ.ନିଶା ପେସିନ ଏହି ଚେକ ଦେଇଛନ୍ତି। ଏଥିରେ ଡିଏଭିର ଆଞ୍ଚଳିକ ଅଧିକାରୀ ଡ କେ.ସି ଶତପଥୀ, ଏଲ.ଏନ ପ୍ରଧାନ ଏବଂ ଡ ସୁଜାତା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସମୟରେ ଡିଏଭି ପରିଚାଳନା କମିଟ୍ ସମାଜିକ ସହଯୋଗ କାର୍ଯ୍ୟରେ ଭାଗ ନେଇଥାଏ। ଶିକ୍ଷା ସଂସ୍କାରଠାରୁ ଆରମ୍ଭ କରି ବନ୍ୟା ବାତ୍ୟା ପ୍ରଭୃତି ଜନହିତକର କାର୍ଯ୍ୟ କରି ପ୍ରସଂଶିତ ହୋଇଆସିଛି। ସରକାରଙ୍କ ସହଭାଗିତାରେ ଆଗକୁ ଏହିପରି ବିଭିନ୍ନ ଜନହିତକର କାର୍ଯ୍ୟ କରାଯିବ ବୋଲି କମିଟ ତରଫରୁ କୁହାଯାଇଛି।