ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ରାଜ୍ୟ ସଭା ସାଂସଦ ରଞ୍ଜୀବ ବିଶ୍ୱାଳ । କୌଣସି ଦଳ ଟଙ୍କା ଯାଚିଥିବା ଘଟଣାକୁ ସେ ପ୍ରତ୍ୟାଖାନ କରିଛନ୍ତି । ପୂର୍ବରୁ ଦଳ ବଦଳ ପାଇଁ ଆନ୍ୟ ଦଳ ପକ୍ଷରୁ ତାଙ୍କୁ ଟଙ୍କା ଯଚା ଯାଇଥିବା ଚର୍ଚ୍ଚା ହୋଇଥିଲା । ସେ କହିଛନ୍ତ ଯେତେବେଳେ ଯାଏଁ ଦଳ ଭଲ ଲାଗିବ ସେ ଦଳରେ ରହିବେ । ପିସିସି ସଭାପତି ହେବାକୁ ତାଙ୍କର ଆଶା ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ବର୍ତ୍ତମାନ କଂଗ୍ରେସର ବିପର୍ଯ୍ୟୟ ଆସିଛି ବୋଲି କହିଛନ୍ତି । ତୃଣମୁଳ ସ୍ତରରେ ବିଶ୍ୱସନୀୟ ନେତାଙ୍କୁ ନେଇ ଏକଜୁଟ ହୋଇ କାମ କରିବା ଆବଶ୍ୟକତା ରହିଛି ସେ କହିଛନ୍ତି । ଜୁମ୍ବୋ ନୁହେଁ, ଛୋଟ କମିଟି କରି ଦାୟିତ୍ବ ନ୍ୟସ୍ତ କରିବା ଦରକାର । ୟସେହିପରି ଅନ୍ୟ ଦଳ ସହ ଡିଲ୍ କରି ସଂସଦରେ ଅନୁପସ୍ଥିତି ଚର୍ଚ୍ଚାରେ ଉତ୍ତର ଦେଇ କହିଛନ୍ତି ଯେ, ତ୍ରିପଲ୍ ତଲାକ୍ ଆଲୋଚନା ବେଳେ ସେ ଅନୁମତି ନେଇ ଅନୁପସ୍ଥିତ ରହିଥିଲେ । ଜଣେ ସମ୍ପର୍କୀୟଙ୍କ ଅପରେସନ୍ ପାଇଁ ସେ ଅନୁପସ୍ଥିତ ରହିଥିଲେ ବୋଲି କହିଛନ୍ତି ରଞ୍ଜୀବ ବିଶ୍ବାଳ । ୩୭୦ ଆଲୋଚନାରେ ସଂସଦରେ ଉପସ୍ଥିତ ଥିଲେ ।
କଂଗ୍ରେସରେ ଅଛି, କଂଗ୍ରେସରେ ରହିବି : ରଞ୍ଜୀବ ବିଶ୍ବାଳ
Published:
Aug 14, 2019, 2:10 pm IST
Tags: