Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଆଜିର ଖବର

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମଞ୍ଚେଶ୍ୱର ରେଳ ଷ୍ଟେସନରୁ ତାଳଚେର ଏବଂ ତାଳଚେରରୁ ବଳରାମ ଏବଂ ଅନୁଗୁଳ ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରି ରେଳପଥ ପରିଚାଳନା, ଭିତ୍ତିଭୂମି ବିକାଶ, ଟ୍ରାକର ଅବସ୍ଥା, ସିଗନାଲିଂ ସିଷ୍ଟମ, ସୁରକ୍ଷା ମାନଦଣ୍ଡ, ​​ଷ୍ଟେସନ ଭିତ୍ତିଭୂମି, ଯାତ୍ରୀ ସୁବିଧା, ପଣ୍ୟ ପରିବହନ ବ୍ୟବସ୍ଥା ଏବଂ ଏହି ସେକ୍ସନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହିତ ସେ ସୁରକ୍ଷା, ପରିଚାଳନାଗତ ଦକ୍ଷତା ଏବଂ ଯାତ୍ରୀ ସୁବିଧା ଗୁଡିକର ଉଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ତାଳଚେର ଷ୍ଟେସନର ନିରୀକ୍ଷଣ

ତାଳଚେର ରେଳ ଷ୍ଟେସନରେ ଶ୍ରୀ ପରମେଶ୍ୱର ଫଙ୍କୱାଲ ଷ୍ଟେସନ ପରିସର ଯାଞ୍ଚ କରିଥିଲେ ଏବଂ ବିଭିନ୍ନ ଯାତ୍ରୀ କୈନ୍ଦ୍ରିକ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ପ୍ଲାଟଫର୍ମ ଅବସ୍ଥା, ପ୍ରତୀକ୍ଷାଳୟ ଭଳି ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା ଗୁଡିକର ସମୀକ୍ଷା କରିଥିଲେ।

ନିରୀକ୍ଷଣ ସମୟରେ, ମହାପ୍ରବନ୍ଧକ ଯାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଷ୍ଟେସନ ମିଳୁଥିବା ବିଭିନ୍ନ ସୁବିଧା ଏବଂ ସେବା ସମ୍ପର୍କରେ ସେମାନଙ୍କର ମତାମତ ମଧ୍ୟ ନେଇଥିଲେ।

ସମସ୍ତ ଯାତ୍ରୀ ସୁବିଧା ଏବଂ ରେଳ ସମ୍ପତ୍ତିକୁ ସୁରକ୍ଷିତ, ଦକ୍ଷ ଏବଂ ଯାତ୍ରୀ-ଅନୁକୂଳ ବ୍ୟବହାର ବଜାୟ ରଖିବାକୁ ମହାପ୍ରବନ୍ଧକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଲୁଥିବା ବିଭିର୍ଣ୍ଣ ବିକାଶମୂଳକ ଏବଂ ଷ୍ଟେସନ ଉନ୍ନୟନ କାର୍ଯ୍ୟ ଗୁଡିକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେ ଆହୁରିମଧ୍ୟ ଅଧିକାରୀମାନଙ୍କୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ, ନିର୍ଭରଯୋଗ୍ୟ ଟ୍ରେନ ପରିଚାଳନା, ଉନ୍ନତ ଯାତ୍ରୀ ସୁବିଧା, ସୁଗମ ପଣ୍ୟ ପରିବହନ ଏବଂ ବିକାଶମୂଳକ କାର୍ଯ୍ୟର ସମୟୋଚିତ ଅଗ୍ରଗତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।ନିରୀକ୍ଷଣ ସମୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକଙ୍କ ସହିତ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରେ ଭିତ୍ତିଭୂମି ଏବଂ ପରିଚାଳନାଗତ କ୍ଷମତାକୁ ସୁଦୃଢ଼ କରିବା ସହିତ ସୁରକ୍ଷିତ, ଦକ୍ଷ, ନିର୍ଭରଯୋଗ୍ୟ ଏବଂ ଯାତ୍ରୀ କୈନ୍ଦ୍ରିକ ରେଳ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ।

ତାଳଚେର ଷ୍ଟେସନ ପରମେଶ୍ୱର ଫୁଙ୍କୱାଲ ପୂର୍ବତଟ ରେଳପଥ ବିକାଶମୂଳକ କାର୍ଯ୍ୟ ମଞ୍ଚେଶ୍ୱର ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

ଓଡ଼ିଶା ପାଇଁ ରେଳବାଇ ସମ୍ପର୍କରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନ: ଉତ୍ତର ଦେଲେ ରେଳମନ୍ତ୍ରୀ

March 27, 2026
Latest News

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

“ହର୍ମୁଜ୍ ପଥ ଦେଇ ଭାରତ ଆସୁଛି ଆଉ ଚାରୋଟି ଏଲପିଜି ଜାହାଜ”: ବୈଦେଶିକ ମନ୍ତ୍ରଣାଳୟ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.