ଚିଲିକା: ଚ଼ିଲିକା ନିର୍ବାଚନ ମଣ୍ଡଳୀର କୃତ୍ତିବାସ କଲ୍ୟାଣ ମଣ୍ଡପ ଠାରେ ବାଣପୁର ନଗର ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଆୟୋଜିତ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ର “ମଣ୍ଡଳ ପ୍ରଶିକ୍ଷଣ ବର୍ଗ” ରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରିଛନ୍ତି। ଭାରତୀୟ ଜନତା ପାର୍ଟି ସଦା ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ରନିର୍ମାଣ ଦିଗରେ ଅବିରତ କାର୍ଯ୍ୟରତ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ‘ଅନ୍ତ୍ୟୋଦୟ’ ଓ ‘ଏକାତ୍ମ ମାନବବାଦ’ ସିଦ୍ଧାନ୍ତ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି, ରାଜ୍ୟରେ ବିଜେପି ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଗରିବ, ଦଳିତ, ବଞ୍ଚିତ, ଶୋଷିତ ଓ ନିଷ୍ପେସିତ ଶ୍ରେଣୀଙ୍କ ଉନ୍ନତି ଓ ସମାଜର ମୁଖ୍ୟସ୍ରୋତରେ ସମାବେଶ ପାଇଁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛି।
ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ସଂଗଠନର ମୂଲ୍ୟବୋଧ, ନୀତି ଓ କାର୍ଯ୍ୟପଦ୍ଧତି ବିଷୟରେ ବିସ୍ତୃତ ଚର୍ଚ୍ଚା ହେବା ସହିତ କାର୍ଯ୍ୟକର୍ତ୍ତାମାନଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ”ର ଜିଲ୍ଲା ସହ ସଂଯୋଜକ ତଥା ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ,ବାଣପୁର ନଗର ମଣ୍ଡଳ ଭାଜପା ପ୍ରଭାରୀ ରାଜକିଶୋର ପଣ୍ଡା, ବାଣପୁର ନଗର ମଣ୍ଡଳ ଭାଜପା ସଭାପତି ସଚିନ୍ କୁମାର ଷଡ଼ଙ୍ଗୀ, ସଂଗଠକ ନନ୍ଦ କିଶୋର ମିଶ୍ର, ପୂର୍ବତନ ନଗରପାଳ ସହଦେବ ନାୟକ, ବରିଷ୍ଠ କାର୍ଯ୍ୟକର୍ତା ଭଗବାନ ପ୍ରଧାନ ଙ୍କ ସମେତ ମଣ୍ଡଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।


